Masthead

ନିଅଣ୍ଟିଆ ବର୍ଷା, ଚାଷୀ ହତାଶ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାଣିପାଗ ବିଭାଗର ଆକଳନ ଅନୁସାରେ,ଏଥର ମୌସୁମୀ ଠିକ ସମୟରେ ଆସିବ ବୋଲି ସୂଚନା ମିଳିଥିଲା । ତା ସହ ଭଲ ବର୍ଷାର ସମ୍ଭାବନା ମଧ୍ୟ ରହିଥିଲା । । କିନ୍ତୁ ଏବେ ଦେଖାଦେଉଛି ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ଏବେ ଚିନ୍ତାରେ । ଜୁନରୁ ଏବେ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୨୨ଟି ଜିଲ୍ଲାରେ ସ୍ବଳ୍ପବୃଷ୍ଟି ।

ଅଗଷ୍ଟ ମାସରେ ସ୍ଥିତି ଆହୁରି ଗମ୍ଭୀର । ରାଜ୍ୟର ୨୧ଜିଲ୍ଲାରେ ୬୦ ରୁ ୯୦ପ୍ରତିଶତ କମ ବର୍ଷା ହୋଇଛି । ଜୁନ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ହୋଇଛି । ୨୨ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ଜୁଲାଇରେ ସ୍ବାଭାବିକ ବର୍ଷା ହୋଇଥିଲା । ତେବେ ୧ ଅଗଷ୍ଟରୁ ୧୩ ଅଗଷ୍ଟ ଭିତରେ ରାଜ୍ୟରେ ହାରାହାରି ୫୨ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ଅଗଷ୍ଟ ମାସରେ ୨୧ଜିଲ୍ଲାରେ ୬୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହୋଇଛି ।

ଯାଜପୁରରେ ୫୩ ପ୍ରତିଶତ କମ , ଭଦ୍ରକରେ ୫୧ ପ୍ରତିଶତ କମ, ଗଜପତିରେ ୪୩ ପ୍ରତିଶତ କମ , କେନ୍ଦୁଝରରେ ୪୦ ପ୍ରତିଶତ କମ , ବଲାଙ୍ଗିରରେ ୪୩ ପ୍ରତିଶତ କମ ଏବଂ ଝାରସୁଗୁଡାରେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା କାରଣରୁ ମରୁଡି ଆଶଙ୍କା ଦେଖାଦେଇଛି । ଜୁନରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୮ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅଗଷ୍ଟ ମାସରେ ୯୦ପ୍ରତିଶତ କମ ବର୍ଷା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା