Masthead

କାହାକୁ ତାଲିବାନ କରିବ ରାଷ୍ଟ୍ରପତି

(ବଡ଼ ଖବର ବ୍ୟୁରୋ): କିଏ ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି । ଏନେଇ ତାଲିବାନ ପକ୍ଷରୁ କୌଣସି ବିବୃତ୍ତି ରଖାଯାଇନଥିଲେ ମଧ୍ୟ ପାକିସ୍ତାନର ଏକ ୱେବସାଇଟ ‘ଦ ନେସନ’ରେ ପ୍ରକାଶ ପାଇଛି । ତେବେ ଏହି ଖବର ଅନୁସାରେ ମୌଲାନା ଅବଦୁଲ ଘନି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି । ତେବେ ଆଫଗାନିସ୍ତାନରେ ତାଲିବାନକୁ ଅଧିକ ବଳ ପାକିସ୍ତାନ ଯୋଗାଇଛି ।

ଆଫଗାନସ୍ତନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ଏନେଇ ନିକଟରେ ସୂଚନା ଦେଇଥିଲେ । ବର୍ତ୍ତମାନ ସେ ନିଜ ପୂରା ରାଜନୀତିକ ଟିମ ସହ ଆଫଗାନିସ୍ତାନ ଛାଡ଼ି କାଜାକସ୍ତାନ ପଳାଇଛନ୍ତି । ସେପଟେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାକୁ ସ୍ୱାଭାବିକ ଭାବେ ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛି ତାଲିବାନ । ଏକ ବିବୃତ୍ତିରେ କହିଛି ଯେ, ଯେଉଁଭଳି ସରକାରୀ ପ୍ରଥା ଚାଲିଥିଲା ସେହିପରି ଚାଲିବ ।

କାହାରି ପାଖରୁ ତାଲିବାନ କୌଣସି ପ୍ରତିଶେଧ ନେବା ନାହିଁ । ୧୯୯୪ରେ ଆଫଗାନିସ୍ତାନରେ ଯେତେବେଳେ ତାଲିବାନ ଆରମ୍ଭ କରିଥିଲା ସେତେବେଳେ ମୌଲାନା ଅବଦୁଲ ନେତୃତ୍ୱ ନେଇଥିଲେ । ତାଲିବାନ କ୍ୟାମ୍ପର ସେ ଜଣେ ଦ୍ୱିତୀୟ ଶୀର୍ଷ କମାଣ୍ଡର ମଧ୍ୟ । ସେପ୍ଟେମ୍ବର ୧୧, ୨୦୦୧ର ଆତଙ୍କବାଦୀ ଆକ୍ରମଣ ପରେ ତାଲିବାନକୁ ହଟାଇବା ପାଇଁ ଆମେରିକା ସେନା ବାହିନୀକୁ ଏଠାରେ ନିୟୋଜିତ କରି ନିୟନ୍ତ୍ରଣରେ ରଖିଥିଲା। ଏହା ପୂର୍ବରୁ ଆଫଗାନିସ୍ତାନର ନାମ ‘ଇସଲାମିକ ଏମିରେଟ୍ ଆଫଗାନିସ୍ତାନ’ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର