Masthead

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ବାଲିପାଟଣା (ବଡ଼ ଖବର): ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି । ସୋମବାର ରାତି ପ୍ରାୟ ସାଢେ ଆଠଟା ସମୟରେ ଏହି ଘଟଣା ଘଟିଛି । ୨ ଜଣ ଯୁବକ ମେଡ଼ିକାଲକୁ ଆସିଥିଲେ । ସ୍ଥାନୀୟ ଅଞ୍ଚଳର ଚିନ୍ମୟ ବେହେରାଙ୍କୁ ଚର୍ମ ରୋଗ ହୋଇଥିଲା ।

ଡିୟୁଟିରେ ଥିବା ଡାକ୍ତର ରତିରଞ୍ଜନ ସ୍ୱାଇଁ ତାଙ୍କୁ ଇଞ୍ଜେକ୍ସନ ନେବା ପାଇଁ କହିଥିଲେ । ଇଞ୍ଜେକ୍ସନ ନେବାରେ ବିଳମ୍ବ ହେବାରୁ ଯୁବକ ଦ୍ୱୟ ଡାକ୍ତରଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଯୁକ୍ତିତର୍କ ସମୟରେ ଯୁବକ ଦ୍ଵୟ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ଡାକ୍ତରଙ୍କୁ ମାଡ ମାରୁଥିବା ସମୟରେ ନର୍ସ ସିଲା ସାହୁ ଓ ସୁରକ୍ଷା କର୍ମୀ କିଶୋର ଚନ୍ଦ୍ର ସାହୁ ଡାକ୍ତରଙ୍କୁ ରକ୍ଷା କରିବା ପାଇଁ ଯାଇଥିଲେ। ହେଲେ ସେ ଦୁଇ ଜଣ ମଧ୍ୟ ମାଡ଼ର ଶିକାର ହୋଇଥିଲେ ।

ଏହି ସବୁ ଦୃଶ୍ୟ ମେଡ଼ିକାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଡାକ୍ତର ରତିରଞ୍ଜନ ସ୍ଵାଇଁ ଏ ସମ୍ପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ