Masthead

ସଂକ୍ରମଣ ଭୟ; କେରଳରେ ୧୪୪ ଧାରା ଲାଗୁ

କେରଳ: କେରଳ ସରକାର ଆଜି ରାଜ୍ୟରେ ୧୪୪ ଧାରା ଜାରି କରିଛନ୍ତି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିଠାରୁ ଆସନ୍ତା ଅକ୍ଟୋବର-୩୧ ପର୍ଯ୍ୟନ୍ତ କେରଳରେ ୧୪୪ ଧାରା ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି କେରଳର ମୁଖ୍ୟ ଶାସନ ସଚିବ ବିଶ୍ୱାସ ମେହେଟ୍ଟା ।

ଗୋଟିଏ ସ୍ଥାନରେ ପାଞ୍ଚଜଣରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ । ଜନସମାବେଶ ଦ୍ୱାରା କରୋନା ସଂକ୍ରମଣ ଭୟ ବଢୁଥିବା ନେଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ସମସ୍ତ ଜିଲ୍ଲାରେ ୧୪୪ ଧାରା ଲାଗୁକରିବା ସହ କରୋନା ସଂକ୍ରମଣ ରୋକିବା ନେଇ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଏହାକୁ ଆହୁରି କଠୋର କରିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ବିବାହ,ଅନ୍ତ୍ୟେଷ୍ଟିକ୍ରିୟା ହୋଇପାରିବ । ଏହାସହ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କୁ କରୋନାଜନିତ ଗ୍ରାଉଣ୍ଡ ରିପୋର୍ଟ ପ୍ରତ୍ୟେକ ଦିନ ପ୍ରଦାନ କରିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ