ଭାରତ-ଆଫଗାନ ବାଣିଜ୍ୟିକ ସମ୍ପର୍କ ଛିନ୍ନ: ତାଲିବାନ

(ବଡ଼ ଖବର ବ୍ୟୁରୋ): ଭାରତ-ଆଫଗାନ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା ତାଲିବାନ । ତାଲିବାନ ଆଫଗାନିସ୍ତାନରେ ରାଜୁତି କରିବାପରେ ଏହା ଭାରତ ଲାଗି ମଧ୍ୟ ସଙ୍କଟଭାବେ ଉଭା ହୋଇଛି । ଭାରତ ବିରୋଧରେ ପ୍ରଥମ ପଦକ୍ଷେପ ସରୂପ ସମସ୍ତ ଭାରତୀୟ ସାମଗ୍ରୀ ଆମଦାନୀ ରପ୍ତାନୀ ଉପରେ କଟକଣା ଲଗାଇଛି । ଫେଡରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନର ନିର୍ଦ୍ଦେଶକ ଜେନେରାଲ ଡ. ଅଜୟ ସହାୟଙ୍କ କହିବା ଅନୁସାରେ, ତାଲିବାନ ବର୍ତ୍ତମାନ ପାକିସ୍ତାନର ରୁଟରେ ହେଉଥିବା ସମସ୍ତ ପ୍ରକାର ମାଲ ପରିବହନ ଉପରେ କଟକଣା ଲଗାଇଛି । ଏହାଦ୍ୱାରା ଆଫଗାନିସ୍ତାନରୁ ଆମଦାନି ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।

ଡ. ଅଜୟ ସହାୟ କହିଛନ୍ତି ଆଫଗାନିସ୍ତାନ ସହ ଭାରତର ପୁରୁଣା ସମ୍ପର୍କ ରହିଛି । ଭାରତ ସେଠାରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିଛି । ସେହିପରି ଭାରତ ଆଫଗାନିସ୍ତାନର ସବୁଠୁ ବଡ ପାର୍ଟନର ଅଟେ । ୨୦୨୧ରେ ଆଫଗାନିସ୍ତାନରେ ଭାରତ ୮୩.୫ କୋଟି ଡଲାର ନିବେଶ କରିଥିଲା । ଏହାମଧ୍ୟରେ ଭାରତ ସେଠାରୁ ୫୧ କୋଟି ଡଲାରର ସାମଗ୍ରୀ ଆମଦାନୀ କରିଥିଲା । ସେହିପରି ଭାରତ ସେଠାରେ ୪୦୦ ପରିଯୋଜନାରେ କାମ କରୁଛି । ଯାହାର କାମ ଚାଲୁ ରହିଛି । ଏବେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଆରମ୍ଭ ହେବାପରେ ସେସବୁ ବନ୍ଦ ହୋଇଛି । ତେବେ ଏହା ଭାରତ ଉପରେ ଏକ ପ୍ରତିକୁଳ ପ୍ରଭାବ ପଡିବ ବୋଲି କୁହାଯାଉଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ