ଆଜିଠୁ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ । ୪ ଦିନ ଧରି ବ୍ୟାରେଜ, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବେ ଟିମ । ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲ ଟିମ ଆଜିଠୁ ୩ ତାରିଖ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ । ଟ୍ରିବ୍ୟୁନାଲ ଅଧିକାରୀ ୪ ଦିନ ମଧ୍ୟରେ ଛତିଶଗଡ଼ର ମଧ୍ୟ ଅବବାହିକାରୁ ତଳମୁଣ୍ଡର ବ୍ୟାରେଜ୍, ବିଭିନ୍ନ ପ୍ରକଳ୍ପ ଓ ଉପ-ଅବବାହିକା ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ଜଙ୍କ୍ ଓ ଉପର ମହାନଦୀ ମୁଖ୍ୟ ଅବବାହିକା, ବଲ୍ଲାର ଜଳଭଣ୍ଡାର, କାଶଦଲ ଓ ସିଓରିନାରାୟଣ ବ୍ୟାରେଜ୍ ବୁଲି ଦେଖିବେ । ଆସନ୍ତାକାଲି ଅପାଭଇଁଷାଝର, ହାସଦେଓ ବାଙ୍ଗୋ ଅନ୍ୟ ବ୍ୟାରେଜ୍ ଅନୁଧ୍ୟାନ କରିବେ । ୨ ତାରିଖରେ ବସନ୍ତପୁର ବ୍ୟାରେଜ୍, ମିରୋନି ବ୍ୟାରେଜ୍, କଲମା ବ୍ୟାରେଜ୍ ସହ ସୁରଜଗଡ଼ ବ୍ରିଜ ପରିଦର୍ଶନ କରିବେ । ଶେଷ ଦିନରେ ଟ୍ରିବ୍ୟୁନାଲ ଟିମ୍ କେଲୋ ପ୍ରକଳ୍ପର ପରିଦର୍ଶନରେ ଯାଇ ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’