Masthead

ସଙ୍କଟରେ ଶିକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା କଥା କୁହୁଛନ୍ତି । କିନ୍ତୁ ଉନ୍ନତ ଶିକ୍ଷା ପାଇଁ କିଭଳି ପ୍ରୟାସ କରଯିବ ସେଥିପାଇଁ ଗତ ୨୨ ବର୍ଷରେ କିଛି କରିନାହାନ୍ତି । ରାଜ୍ୟରେ ପ୍ରାଥମିକ ଶିକ୍ଷା ବର୍ତ୍ତମାନ ସମୟରେ ସଙ୍କଟଜନକ ସ୍ଥିତିରେ ଗତି କରୁଛି । ଯେତେବେଳେ ଯୁବ ବର୍ଗଠାରୁ ଆମେ ଅଧିକ ଆଶା ରଖୁଛି ସେତେବେଳେ ସରକାର ସେମାନଙ୍କୁ ଗଣିବା ପାଇଁ ସଜାଗ ନାହାନ୍ତି । ସରକାର ଶିକ୍ଷାନୁଷ୍ଠାନ ନିର୍ମାଣ କରିବାରେ ପଛରେ ରହିଛନ୍ତି ଆଉ ଯେଉଁଠି ସ୍କୁଲ ଅଛି ତାକୁବି ବନ୍ଦ କରିବାକୁ ବସିଛନ୍ତି । ପ୍ରାଥମିକ ଶିକ୍ଷା ଏଭଳି ସ୍ଥିତି ଥିବା ବେଳେ ଉଚ୍ଚଶିକ୍ଷାର ଢାଞ୍ଚାର ଏକ ପ୍ରକାର ବୁଡ଼ିସାରିଲାଣି ।

୨୦୨୦ ଫେବ୍ରୁଆରୀ ସୁଦ୍ଧା ରାଜ୍ୟରେ ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ପିଲାଏ ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି । ୧୧୫ ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ । ୩୧୫ ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ ପିଲା ପାଠପଢ଼ୁଥିବା ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍ୱୀକାର କରିଛନ୍ତି । ସରକାର ନିଜେ ମାନିଥିବା ସେ ତଥ୍ୟରେ ଆହୁରି ବି ଅଛି ୨୬୧୦ ବିଦ୍ୟାଳୟରେ ଲାଇବ୍ରେରୀ ନାହିଁ । ୪୭୦ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକରେ କାର୍ଯ୍ୟଚାଲିଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ୨୬ ଶହରୁ ଅଧିକ ସ୍କୁଲ ଚାଲିଛି ।

ଏମିତି ଅବସ୍ଥାରେ ରାଜ୍ୟର ଶିକ୍ଷାର ବିକାଶ ହେବ କେଉଁ ଭଳି । ରାଜ୍ୟରେ ୮୦୭୬ଟି ଉଚ୍ଚବିଦ୍ୟାଳୟ ରହିଛି । ହେଲେ ଏଥିରୁ ୨୫୮୫ଟି ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲିପଡ଼ିଛି । ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ ଅନୁଯାୟୀ ରାଜ୍ୟର ୬ରୁ ୧୪ ବର୍ଷର ପିଲାଙ୍କୁ ସ୍କୁଲକୁ ଅଣାଯାଇପାରିନାହିଁ । ବାଳକଙ୍କ ତୁଳନାରେ ବାଳିକା ଶିକ୍ଷା ଅଦ୍ୟାବଧି ସମାନତା ଆସିପାରି ନାହିଁ । ଶିକ୍ଷାର ସ୍ଥିତି ଏତେ ତଳକୁ ଯାଇଛି ଯେ ଆମେ ପ୍ରତିବର୍ଷ ସର୍ବଭାରତୀୟସ୍ତରର ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ସେ ସିଭିଲ ସର୍ଭିସ ହେଉ କି ଅନ୍ୟ କୌଣସି ପରୀକ୍ଷା ହେଉ ଆମ ରାଜ୍ୟର ପିଲାମାନେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ହାତଗଣତି ପିଲା ସର୍ବଭାରତୀୟ ସ୍ତରରେ ସଫଳ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି