Masthead

‘ୱାନ ଫଟୋଗ୍ରାଫ୍ ସ୍ପିକ୍ସ ଥାଉଜାଣ୍ଡ ଓ୍ବାର୍ଡସ୍’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ‘ଏ ଫଟୋଗ୍ରାଫ୍ ସ୍ପିକ୍ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍’, ଅର୍ଥାତ ଗୋଟିଏ ଫଟୋ ହଜାରରୁ ଅଧିକ ଶବ୍ଦ କହିପାରେ। ଅନେକ ସ୍ଥାନରେ ତ ଶବ୍ଦ ପ୍ରୟୋଗ ପୂର୍ବରୁ କଥା କହିଥାଏ ଫଟୋଟିଏ । କଥାରେ ଅଛି ସମୟ ଥରେ ଗଡିଗଲେ ଆଉ ଫେରେନା । ହେଲେ ସେହି ସମୟକୁ ସ୍ମୃତି କରି ସାଇତି ରଖେ ଫଟୋ । ଫଟୋଗ୍ରାଫି କାହା ପାଇଁ ଏକ ନିଶା ତ କାହା ପାଇଁ ପେସା ହୋଇଥାଏ।

ଡିଜିଟାଲ ଓ ସ୍ମାର୍ଟଫୋନ ଯୁଗରେ ସମସ୍ତେ ଆଜିକାଲି ଜଣେ ଜଣେ ଫଟୋଗ୍ରାଫର ହେଲେ ବି ଏହା ଏଭଳି ଏକ କଳା ଯେଉଁଥିରେ ଆବଶ୍ୟକ ହୋଇଥାଏ ଆବେଗ, ଉତ୍କଣ୍ଠା, କୌତୂହଳ ଓ ସୃଜନଶୀଳତାର ମିଶ୍ରିତ ପ୍ରତିଫଳନ। ଫଟୋକୁ ସାଇତି ରଖିଥିବା ମଣିଷ ହେଉ କି ଫଟୋର ସେହି ସୁନ୍ଦର ମୁହୂର୍ତ୍ତକୁ ଠିକ୍ ସମୟରେ ନିଜ କ୍ୟାମେରା ଲେନ୍ସରେ ତୋଳି ଧରିଥିବା ମଣିଷ ହେଉ, ସମସ୍ତଙ୍କ ପାଇଁ ଏକ ଫଟୋଚିତ୍ରର ମହତ୍ତ୍ବ ବେଶ୍ ଗୁରୁତ୍ବପୁର୍ଣ୍ଣ। ନୀଳ ସମୁଦ୍ରରୁ ବନ୍ୟଜନ୍ତୁ ଯାଏଁ । ନୀଳ ଆକାଶରୁ ମାଟି ମଟାଳ ଯାଏଁ । ବିସ୍ତୃତ ଫଟୋଗ୍ରାଫିର ଦୁନିଆ । ଆମକୁ ସୁନ୍ଦର ସୁନ୍ଦର ମନଲାଖି ଫଟୋ ଭେଟିଦେଉଥିବା ଫଟୋଗ୍ରାଫର ବନ୍ଧୁ ମାନଙ୍କୁ ଆଜି ବିଶ୍ବ ଫଟୋଗ୍ରାଫି ଦିବସରେ ଶ୍ରଦ୍ଧା ଓ ଶୁଭେଚ୍ଛା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ