Masthead

ବଢ଼ିଲା ଏଲପିଜି ଗ୍ୟାସ ଦର, ୯ମାସରେ ବଢ଼ିଲାଣି ୨୭୫ଟଙ୍କା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ବଢ଼ିଲା ରନ୍ଧନ ଗ୍ୟାସର ଦାମ । ଦେଶରେ ଅହେତୁକ ଭାବେ ବଢ଼ୁଥିବା ଦାମକୁ ନେଇ ଚିନ୍ତାରେ ଖାଉଟି । ତେବେ ସବସିଡି ସିଲିଣ୍ଡିର ମୂଲ୍ୟ ୨୫ଟଙ୍କା ବଢ଼ିଥିବା ବେଳେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୬୮ଟଙ୍କା ବଢ଼ିଛି । ବର୍ତ୍ତମାନ ଭୁବନେଶ୍ୱରରେ ୧୯ କେଜି ଗ୍ୟାସ ସିଲିଣ୍ଡର ୧୭୫୦ ଟଙ୍କା ୫୦ ପଇସା ରହିଛି ।

ସେହିଭଳି ୧୪.୨ କେଜିର ସିଲିଣ୍ଡର ମୂଲ୍ୟ ୮୮୬ ଟଙ୍କା ରହିଛି । ତେବେ ପ୍ରତି ମାସ ପହିଲାରେ ଏଲପିଜିର ଦାମ ବଢ଼ାଉଛନ୍ତି କେନ୍ଦ୍ର ସରକାର । ତେବେ ଅଗଷ୍ଟ ମାସ ପହିଲାରୁ ଗ୍ୟାସର ଦାମ ବୃଦ୍ଧି ନହେବାର ପ୍ରମୁଖ କାରଣ ଥିଲା ଦେଶର ବିଭିନ୍ନ ରାଜନୈତିକ ଦଳ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିଲେ ।

ଏହାଛଡ଼ା ସଂସଦରେ ମୌସୁମୀ ଅଧିବଶେନ ମଧ୍ୟ ଚାଲିଥିଲା, ଆଉ ଏହା ମଧ୍ୟରେ ଦାମ ବଢ଼ାଇ କନ୍ଦଳ ମଧ୍ୟକୁ ଆସିବାକୁ ଚାହୁଁନଥିଲେ କେନ୍ଦ୍ର ସରକାର । ଗତ ୯ମାସ ମଧ୍ୟରେ ୨୭୫ଟଙ୍କା ବଢ଼ିଲାଣି ସିଲିଣ୍ଡର ଦାମ । ୨୦୨୧ ଜାନୁଆରୀରେ ଏଲପିଜି ସିଲିଣ୍ଡର ଦାମ ରହିଥିଲା ୬୯୪ଟଙ୍କା । ଏବେ ଅଗଷ୍ଟ ସୁଦ୍ଧା ବୃଦ୍ଧି ହୋଇ ଏହି ଦାମ ୮୮୬ ଟଙ୍କାରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ