Masthead

ବଢ଼ିଲା ଏଲପିଜି ଗ୍ୟାସ ଦର, ୯ମାସରେ ବଢ଼ିଲାଣି ୨୭୫ଟଙ୍କା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ବଢ଼ିଲା ରନ୍ଧନ ଗ୍ୟାସର ଦାମ । ଦେଶରେ ଅହେତୁକ ଭାବେ ବଢ଼ୁଥିବା ଦାମକୁ ନେଇ ଚିନ୍ତାରେ ଖାଉଟି । ତେବେ ସବସିଡି ସିଲିଣ୍ଡିର ମୂଲ୍ୟ ୨୫ଟଙ୍କା ବଢ଼ିଥିବା ବେଳେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୬୮ଟଙ୍କା ବଢ଼ିଛି । ବର୍ତ୍ତମାନ ଭୁବନେଶ୍ୱରରେ ୧୯ କେଜି ଗ୍ୟାସ ସିଲିଣ୍ଡର ୧୭୫୦ ଟଙ୍କା ୫୦ ପଇସା ରହିଛି ।

ସେହିଭଳି ୧୪.୨ କେଜିର ସିଲିଣ୍ଡର ମୂଲ୍ୟ ୮୮୬ ଟଙ୍କା ରହିଛି । ତେବେ ପ୍ରତି ମାସ ପହିଲାରେ ଏଲପିଜିର ଦାମ ବଢ଼ାଉଛନ୍ତି କେନ୍ଦ୍ର ସରକାର । ତେବେ ଅଗଷ୍ଟ ମାସ ପହିଲାରୁ ଗ୍ୟାସର ଦାମ ବୃଦ୍ଧି ନହେବାର ପ୍ରମୁଖ କାରଣ ଥିଲା ଦେଶର ବିଭିନ୍ନ ରାଜନୈତିକ ଦଳ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିଲେ ।

ଏହାଛଡ଼ା ସଂସଦରେ ମୌସୁମୀ ଅଧିବଶେନ ମଧ୍ୟ ଚାଲିଥିଲା, ଆଉ ଏହା ମଧ୍ୟରେ ଦାମ ବଢ଼ାଇ କନ୍ଦଳ ମଧ୍ୟକୁ ଆସିବାକୁ ଚାହୁଁନଥିଲେ କେନ୍ଦ୍ର ସରକାର । ଗତ ୯ମାସ ମଧ୍ୟରେ ୨୭୫ଟଙ୍କା ବଢ଼ିଲାଣି ସିଲିଣ୍ଡର ଦାମ । ୨୦୨୧ ଜାନୁଆରୀରେ ଏଲପିଜି ସିଲିଣ୍ଡର ଦାମ ରହିଥିଲା ୬୯୪ଟଙ୍କା । ଏବେ ଅଗଷ୍ଟ ସୁଦ୍ଧା ବୃଦ୍ଧି ହୋଇ ଏହି ଦାମ ୮୮୬ ଟଙ୍କାରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ