Masthead

ଭଙ୍ଗା କିରୀଟ ପିନ୍ଧିଲେ ମହାପ୍ରଭୁ

ପୁରୀ(ବଡ଼ ଖବର ବ୍ୟୁରୋ): ସୁନାବେଶ ସମୟରେ ବଡ଼ ଅଘଟଣ । ଭାଙ୍ଗିଲା ମହାପ୍ରଭୁଙ୍କ କିରୀଟ । ମହାପ୍ରଭୁଙ୍କ କିରୀଟର ବାମପଟୁ ତୃତୀୟ କିଆ ଭାଙ୍ଗିଛି । ତେବେ ଏହାକୁ ଲୁଚାଇବାକୁ ଯାଇ ଭାଙ୍ଗିଥିବା କିଆ ସ୍ଥାନରେ ଫୁଲ ଲଗାଇ ଦିଆଯାଇଥିଲା । ମହାପ୍ରଭୁଙ୍କ କିରୀଟରେ ମୋଟ ୨୧ଟି କିଆ ଥାଏ । କିନ୍ତୁ ସୁନାବେଶ ପାଇଁ ମହାପ୍ରଭୁଙ୍କ ଅଳଙ୍କାର ଆସିବା ସମୟରେ ବାମପଟରୁ ଗୋଟିଏ କିଆ ନଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା।

ତେବେ ଭଣ୍ଡାର ମେକାପ ଲକ୍ଷ୍ମୀନାରାୟଣ ମେକାପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭଣ୍ଡାରରୁ ଆଣିବା ସମୟରେ ଠିକଠାକ୍ ଥିଲା। କିନ୍ତୁ ରଥ ଉପରେ ହାତ ବାଜି ଭାଙ୍ଗିଯାଇଛି। ତାକୁ ସୁରକ୍ଷିତ ଭାବେ ରଖାଯାଇଛି, ଏହାର ମରାମତି ହେବ ବୋଲି କହିଛନ୍ତି। ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଏସବୁର ମରାମତି ପାଇଁ ପୂର୍ବରୁ କୁହାଯାଇଥିଲା। ତେବେ ମହାପ୍ରଭୁଙ୍କ କାର୍ଯ୍ୟରେ ବାରମ୍ବାର ବାଧା କ’ଣ ପାଇଁ ଆସୁଛି ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର