Masthead

ପାକିସ୍ତାନ ଆମର ଦ୍ୱିତୀୟ ଘର: ତାଲିବାନ

(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ତାଲିବାନର ଦ୍ୱିତୀୟ ଘର । ଏକଥା ଖୋଦ ତାଲିବାନ ସ୍ୱୀକାର କରିଛି । ଏକା ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ତାଲିବାନର ମୁଖପାତ୍ର ମୁଜାହିଦ୍ ଏହା କହିଛନ୍ତି । ମୁଜାହିଦ୍ ଅନୁସାରେ ପାକିସ୍ତାନ ଆଫଗାନିସ୍ତାନର ପଡୋଶୀ ଦେଶ । ପାକିସ୍ତାନ ସହିତ ଆଫଗାନିସ୍ତାନର ସୀମା ଲାଗିଛି । ଏଣୁ ଆମେ ପାକିସ୍ତାନ ସହିତ ରଣନୈତିକ ଓ କୂଟନୈତିକ ସମ୍ପର୍କ ରଖିବୁ ।

ପାକିସ୍ତାନ ତାଲିବାନର ଦ୍ୱିତୀୟ ଘର । ଦୁଇ ଦେଶର ଧର୍ମ ଗୋଟିଏ । ତେଣୁ ଆମେ ସେମାନଙ୍କ ସହିତ ମିଶିଯାଇଥାଉ। ତେଣୁ ଆମେ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନା ଚାହିଁବୁ । ଏହା ସହ ମୁଜାହିଦ କହିଛନ୍ତି ଯେ, ଆଫଗାନିସ୍ତାନ ଉପରେ ତାଲିବାନ କବଜାରେ ପାକିସ୍ତାନର କୌଣସି ଭୂମିକା ନାହିଁ । ପାକିସ୍ତାନ କେବେ ମଧ୍ୟ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରେ ନାହିଁ ବୋଲି ସେ କହିଛନ୍ତି ।

ଭାରତ ସହିତ ସମ୍ପର୍କ ଉପରେ ପ୍ରଶ୍ନର ଉତ୍ତର ଦେଇ ତାଲିବାନ ମୁଖପାତ୍ର କହିଥିଲେ ଯେ, ଭାରତ ଏହି ଅଞ୍ଚଳର ଏକ ବଡ ଦେଶ । ଆମେ ଭାରତ ସହିତ ବାକି ଦେଶଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଚାହୁଁ । ଭାରତକୁ ଆଫଗାନିସ୍ତାନୀଙ୍କ ହିତକୁ ଦୃଷ୍ଟିରେ ରଖି ନିଜ ନୀତି ନିର୍ଧାରଣ କରିବାକୁ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?