Masthead

ବନ୍ଧୁକ ମୁନରେ ଖବର ପ୍ରସାରଣ

କାବୁଲ(ବଡ଼ ଖବର ବ୍ୟୁରୋ) :   ବନ୍ଧୁକ ମୁନରେ ଶାସନ କରୁଛି ତାଲିବାନ । ପୁରା ଆଫଗାନୀସ୍ତାନକୁ କବଜା କରିବା ପରେ ଏବେ ସେଠାରେ ମନମୁଖୀ ଶାସନ ଚଲାଉଛି । ଆଫଗାନୀସ୍ତାନର ଏକ ଟିଭି ନିଉଜ୍ ଚ୍ୟାନଲର ଖବର ପ୍ରସାରଣ ଷ୍ଟୁଡିଓ ରେ ପଶି ତାଲିବାନ ଆତଙ୍କ ଖେଳାଇଛି । ଟିଭି ସମ୍ବାଦଦାତାଙ୍କ ଚାରିପଟେ ବନ୍ଧୁକ ଧରି ଘେରି ରହିଛି ତାଲିବାନ ଆତଙ୍କୀ । ଷ୍ଟୁଡିଓ ଭିତରେ ସାମ୍ବାଦାତାଙ୍କ ପଛରେ ଛିଡା ହୋଇଛନ୍ତି , ଆଉ ଏପରି ପରିସ୍ଥିତିରେ ଖବର ପଢୁଛନ୍ତି ଜଣେ ସମ୍ବାଦଦାତା । ବନ୍ଧୁକମୁନରେ ସମ୍ବାଦଦାତାଙ୍କୁ ଏଭଳି ଧମାକାଇଛନ୍ତି ତାଲିବାନ ଆତଙ୍କୀ । ତେବେ ସେ ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ।

ଖାଲି ଏତିକି ନୁହେଁ, ସମ୍ବାଦଦାତାଙ୍କୁ ତାଲୀବାନୀଙ୍କ ପ୍ରଶଂସା କରିବା ପାଇଁ ମଧ୍ୟ ଧମକାଇଛନ୍ତି । ତେବେ ଭୟରେ ଖବର ପଢୁଥିବା ସମ୍ବାଦଦାତା ଜଣକ ଏପରି କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଆଉ ଏଭଳି କାଣ୍ଡ ପରେ ତାଲିବାନର ଅସଲି ଚେହେରା ପଦାକୁ ଆସିଛି । ଆଫଗାନର ନାଗରିକଙ୍କୁ ଯେଉଁ ସ୍ୱାଧୀନତାର କଥା କହିଥିଲା ତାକୁ ନେଇ ଏବେ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି । ଏଭଳି କୃରତା କାର୍ଯ୍ୟ ପାଇଁ ତାଲିବାନକୁ ଚାରିଆଡେ ନିନ୍ଦା କରାଯାଉଛି । ତେବେ ଜଣେ ସାମ୍ବାଦିକ ଟୁଇଟ କରି କହିଛନ୍ତି, ‘ଏହା ବେଶ ଆଶ୍ଚର୍ଯ୍ୟଜନକ ଘଟଣା । ଯାହାକି ସମସ୍ତଙ୍କୁ ଚକିତ କିରିଛି । ଟିଭି ସମ୍ବାଦଦାତାଙ୍କ ପଛରେ ବନ୍ଧୁକ ଦେଖାଇ , ଆଫଗାନୀସ୍ତାନର ଲୋକମାନେ ଇସଲାମ ଏମିରେଟକୁ ଭୟ କରିବା ଉଚିତ୍ ନୁହେଁ ।’ ଏପରି କହିବାକୁ ତାଗିଦ କରିଛି  ତାଲିବାନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ