ମାହିଙ୍କ ଟ୍ୱିଟରରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଯାହାଙ୍କ ଟ୍ଵିଟରରୁ ହଟିଛି ବ୍ଲୁ ଟିକ୍ । ମାହିଙ୍କ ଟ୍ଵିଟରରେ ପାଖାପାଖି ୮.୨ ମିଲିୟନ ଫଲୋର୍ସ ଅଛନ୍ତି। ମାହି ଟ୍ଵିଟରରେ ସେତେଟା ସକ୍ରିୟ ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ସର୍ବଦା ତାଙ୍କ ନାମ ଚର୍ଚ୍ଚାରେ ଥାଏ।

ଭାରତୀୟ ଦଳର ଏହି ଦିଗ୍‌ଜ ଖେଳାଳି ଶେଷ ଥର ଜାନୁଆରୀ ୮ରେ ଟ୍ଵିଟ୍ କରିଥିଲେ। ମାହି ଟ୍ଵିଟରରେ କମ ସକ୍ରିୟ ରହୁଥିବାରୁ ବ୍ଲୁ ଟିକ୍ ହଟିଥିବା କୁହାଯାଉଛି। କ୍ରିକେଟ୍‌ ଦୁନିଆରୁ ଅବସର ନେଇସାରିଥିଲେ ସୁଦ୍ଧା ଧୋନୀ ଚର୍ଚ୍ଚାରେ ରହି ଆସିଛନ୍ତି। ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲାପରେ ସେ ଇନଷ୍ଟାଗ୍ରାମରେ ନିଜର ଅବସର ପୋଷ୍ଟ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦର ଜବାବ ଧୋନୀ ଅଗଷ୍ଟ ୨୦ରେ ଟ୍ଵିଟ୍ ଜରିଆରେ ଦେଇଥିଲେ। ଏହା ପରେ ସେପ୍ଟେମ୍ବରରେ ଭାରତୀୟ ବାୟୁସେନାକୁ ନେଇ ସେ ଟ୍ଵିଟ୍ କରିଥିଲେ। ଜାନୁଆରୀ ୮ରେ କରିଥିବା ଶେଷ ଟ୍ଵିଟ୍‌ ଧୋନୀଙ୍କ ଅର୍ଗାନିକ ଫାର୍ମିଂକୁ ନେଇ ଉଦ୍ଦିଷ୍ଟ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ