ଅନୁଗୁଳ (ବଡ଼ ଖବର ବ୍ୟୁରୋ): ସାଢେ ଚାରିକୋଟି ଓଡ଼ିଆଙ୍କ ଆରଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସୁନାବେଶରର ଦୃଶ୍ୟ ତୁଳୀରେ ଆଙ୍କି ବିବାଦରେ ପ୍ରଶାସନ । ଅନୁଗୁଳ ସହରରେ ଥିବା ଛୋଟ ପିଲାଙ୍କ ଜେଲର ପାଚେରିରେ ଅଙ୍କା ଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶର ଦୃଶ୍ୟ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ଯିବା ଆସିବା କରନ୍ତି ।
ପାଚେରିର କିଛି ଜାଗାରେ ଲୋକେ ପରିଶ୍ରା କରିବାର ନଜର ରହିଛି। କିନ୍ତୁ ବଡ଼ ଦୁଃଖର ବିଷୟ ଉକ୍ତ ପାଚେରିରେ ଏଭଳି ଦୃଶ୍ୟକୁ ଚିତ୍ରଣ କରି ଦେଶ ବାସୀଙ୍କୁ କ’ଣ ବାର୍ତା ଦେବାକୁ ଚାହିଁଛି ଅନଗୁଳ ପୌର ପାଳିକା? ଏହାକୁ ନେହି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।