ଶ୍ରୀମନ୍ଦିରରେ ପ୍ରତି ୩୨ ମାସ ପରେ ମଳ ମାସରେ ପୂଜା ପାଆନ୍ତି ବରାହ ପୁରୁଷୋତ୍ତମ ନାରାୟଣ

ପୁରୀ (ବଡ଼ ଖବର ବ୍ୟୁରୋ): ଜୁଲାଇ ୧୮ରୁ ଅଗଷ୍ଟ ମାସ ୧୬ ପର୍ୟ୍ୟନ୍ତ ମଳ ମାସ ପଡୁଛି। ଶ୍ରୀମନ୍ଦିର ଭିତରେରେ ମା ବଟ ମଙ୍ଗଳାଙ୍କ ମନ୍ଦିର ସାମନାରେ ଶ୍ରୀ ବରାହ ପୁରୁଷୋତ୍ତମଙ୍କ ମନ୍ଦିର ରହିଛି । ମଳ ମାସରେ ହିଁ ଠାକୁର ପୂଜା ପାଇଥାନ୍ତି ଓ ଅନ୍ୟ ସମସ୍ତ ଦିନ ବନ୍ଦ ରହିଥାଏ ମନ୍ଦିର । କେବଳ ଦ୍ୱାଦଶୀରେ ଏଠାରେ ଅମାଲୁ ଓ କ୍ଷୀରି ଭୋଗ ହୁଏ । ମଳ ମାସର ଅନ୍ୟଦିନ ଗୁଡିକ ଫଳଭୋଗ ହେଇଥାଏ । ମନ୍ଦିରର ଉଚ୍ଚତା୧୧ ରୁ ୧୨ ଫୁଟ । ବର୍ଷସାରା ଏହି ମନ୍ଦିର ତାଲା ପଡି ରହିଥାଏ । ଯେମିତି ପ୍ରତ୍ୟେକ ମାସର ଜଣେ ଜଣେ ଅଧିପତି ଥାଆନ୍ତି, ଠିକ ସେଇଭଳି ମଳମାସର ଅଧିପତି ହେଉଛନ୍ତି ସ୍ୱୟଂ ଜଗନ୍ନାଥ ପୁରୁଷୋତ୍ତମ । ଏହି ମାସରେ ପୂଜା ପାଇଥାନ୍ତି ବରାହ ପୁରୁଷୋତ୍ତମ । ମନ୍ଦିର ଭିତରେ ରହିଛି ଦୁଇଟି ମୂର୍ତ୍ତି । ଜଣେ ବରାହ, ଆଉ ଜଣେ ସ୍ୱୟଂନାରାୟଣ ପୁରୁଷୋତ୍ତମ। ତେବେ ଶ୍ରୀମନ୍ଦିର ସହ ଅନେକ ଏମିତି କଥା ଜଡିତ ହୋଇ ରହିଥିବା ବେଳେ ୩୨ ମାସରେ ମାତ୍ର ଗୋଟିଏ ମାସ ପୂଜା ପାଉଥିବା ଏହି ବରାହ ପୁରୁଷୋତ୍ତମ ଓ ମଳ ନାରାୟଣଙ୍କ ବିଷୟରେ ଶୁଣିବା ଯେତିକି ଆଶ୍ଚର୍ୟ୍ୟକର ସେତିକି ଭିନ୍ନ ଅନୁଭବ ଆଣିଦେଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!