Masthead

ନାରଦା ଷ୍ଟିଙ୍ଗ ମାମଲାରେ ଚାର୍ଜସିଟ ଦାଖଲ କଲା ଇଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାର ତଦନ୍ତ ଆଉ ଏକ ପାଦକୁ ଆଗକୁ ବଢିଛି । ତେବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାର ଚାର୍ଜସିଟ ଦାଖଲ କରିଛି । ଇଡି ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟରେ ରାଜ୍ୟରେ ଶାସକ ଦଳର ଦୁଇ ମନ୍ତ୍ରୀଙ୍କ ନାମ ମଧ୍ୟ ରହିଛି । ଏମାନେ ହେଲେ ଫିରହାଦ ହାକିମ ଓ ସୁବ୍ରତ ମୁଖାର୍ଜୀ । ଏହି ଚାର୍ଜସିଟଟି କୋଲକାତାର ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇଥିବାର ସୂଚନା ମିଳିଛି ।

ଏମାନଙ୍କ ବ୍ୟତୀତ ତୃଣମୂଳ କଂଗ୍ରେସର ନେତା ମଦନ ମିତ୍ର ଓ ଶୋଭାନ ଚାଟାର୍ଜୀଙ୍କ ନାମ ମଧ୍ୟ ରହିଛି । ଶୋଭନ ଚାଟାର୍ଜୀ ବର୍ତ୍ତମାନ ତୃଣମୂଳ କଂଗ୍ରେସ ଛାଡି ଦେଇଥିଲା ବେଳେ ମଦନ ମିତ୍ର ଜଣେ ପୂର୍ବତନ ମନ୍ତ୍ରୀ ଥିଲେ । କେବଳ ଏତିକି ନୁହେଁ ବରଂ ପୁଲିସ ଏସଏମଏଚଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି । ଚାର୍ଜସିଟରେ ରାଜ୍ୟର ଶାସକ ଦଳର ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କର ନାମ ଥିବାରୁ ଏହି ପ୍ରସଙ୍ଗଟି ଆହୁରି ତୀବ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ