Masthead

ମିକ୍ସଡ ସେମିରେ ହାରିଲେ ପ୍ରମୋଦ ଓ ପଲକ

ଟୋକିଓ(ବଡ଼ ଖବର ବ୍ୟୁରୋ):    ଚଳିତ ପାରାଲିମ୍ପିକ୍ସର ଏସଏଲ୍ ତୃତୀୟ ଏକକ ବର୍ଗ ପୁରୁଷ ବ୍ୟାଡମିଣ୍ଟନର ଫାଇନାଲରେ ପ୍ରବେଶ କରିଥିଲେ ଓଡିଆ ପୁଅ ପ୍ରମୋଦ । ହେଲେ ଆଜି ମିକ୍ସଡ ଇଭେଣ୍ଟରେ ସମସ୍ତଙ୍କୁ ନିରାଶ କରିଛନ୍ତି ପ୍ରମୋଦ । ଭାରତୀୟ ଦଳରୁ ମିକ୍ସଡ ଇଭେଣ୍ଟର ଏସଏଲ୩-ଏସୟୁ୫ ରେ ପ୍ରମୋଦ ଓ ପଲକ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ଉଭୟ ଆଉ ଆଗକୁ ବଢିପାରିନାହାନ୍ତି ।

ଇଣ୍ଡୋନେସିଆର ଏସ ହ୍ୟାରି ଓ ରାତ୍ରୀଙ୍କ ଠାରୁ ୦-୨ ରେ ପରାସ୍ତ ହୋଇଛନ୍ତି ଉଭୟ । ପ୍ରମୋଦ ସିଙ୍ଗଲ୍ସରେ ଦମଦାର ପ୍ରଦର୍ଶନ ଦେଖାଇଥିବାରୁ ତାଙ୍କୁ ମିକ୍ସଡ ଇଭେଣ୍ଟରେ ଭଲ ଖେଳିବେ ବୋଲି ଆଶା କରାଯାଉଥିଲା । ହେଲେ ସେମିରେ ଉଭୟଙ୍କୁ ଇଣ୍ଡୋନେସିଆର ଦୁଇ ଖେଳାଳି ପରାସ୍ତ କରିଥିଲେ । ଏହି ମ୍ୟାଚକୁ ଜିତିବା ପାଇଁ ସେମାନଙ୍କୁ ମାତ୍ର ୧୯ ମିନିଟର ସମୟ ଲାଗିଥିଲା । ପ୍ରଥମ ଇନିସଂ ରେ ୭ ମିନିଟ ଓ ଦ୍ୱିତୀୟ ଇନିସଂରେ ୧୨ ମିନିଟ୍ ସମୟ ଲାଗିଥିଲା । ପଲକ ଓ ପ୍ରମୋଦ ସେମିରେ ହାରିଥିଲେ ହେଁ ସେମାନଙ୍କ ପାଖରେ ବ୍ରୋଞ୍ଚ ପଦକ ଜିତିବାର ସୁଯୋଗ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ