ଚିନ୍ତା ବଢାଉଛି ‘ଆର-ଭାଲ୍ୟୁ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)ଚିନ୍ତା ବଢାଉଛି ଆର-ଭାଲ୍ୟୁ । ଆସନ୍ତା ଅକ୍ଟୋବର ସୁଦ୍ଧା ତୃତୀୟ ଲହର ଆସିବା ଆଶଙ୍କା ରହିଛି । ତୃତୀୟ ଲହରକୁ ଏଡ଼ାଇବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି । ଏହି ସମୟରେ ଆର-ଭାଲ୍ୟୁ ବୃଦ୍ଧି ଚିନ୍ତା ବଢାଇଛି ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥେମେଟିକାଲ ସାଇନ୍‌ସେସ୍‌,ଚେନ୍ନାଇର ଗବେଷକ କହିଛନ୍ତି ଅଗଷ୍ଟ ୧୪ରୁ ୧୭ ତାରିଖ ମଧ୍ୟରେ ଦେଶରେ ଆର୍‌-ଭାଲ୍ୟୁ ୦.୮୯ ଥିବାବେଳେ ଅଗଷ୍ଟ ଶେଷ ସପ୍ତାହରେ ଏହା ୧.୧୭କୁ ବୃଦ୍ଧି ପାଇଛି। ଆର୍‌-ଭାଲ୍ୟୁ ବୃଦ୍ଧି ଦ୍ବାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ହାରରେ ବ୍ୟାପୁଥିବା ସୂଚନା ମିଳୁଛି।

ଜଣେ ସଂକ୍ରମିତ ହାରାହାରି କେତେଜଣଙ୍କୁ ସଂକ୍ରମିତ କରୁଛନ୍ତି ତାହା ଆର୍‌-ଭାଲ୍ୟୁ ଦର୍ଶାଇଥାଏ । ବିଭିନ୍ନ କାରଣ ପାଇଁ ଅଗଷ୍ଟ ଶେଷ ସପ୍ତାହରେ ଆର୍‌-ଭାଲ୍ୟୁ ୧ରୁ ଅଧିକ ରହିଥିଲା। କେରଳ, ମହାରାଷ୍ଟ୍ର, ମିଜୋରାମ ଏବଂ ଜମ୍ମୁ କାଶ୍ମୀର ଆଦି ରାଜ୍ୟ ପାଇଁ ଏହି ସ୍ଥିତି ଉପୁଜୁଛି ବୋଲି ଗବେଷଣା ଟିମ୍‌ର ନେତୃତ୍ବ ନେଇଥିବା ଗବେଷକ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ