Masthead

ଗିରଫ ହେବେ ଅନିଲ ଦେଶମୁଖ !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅଡୁଆରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଖୁବଶୀଘ୍ର ହୋଇପାରନ୍ତି ଗିରଫ। ଅନିଲଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ୍ ଅର୍ଥ କାରବାର ନେଇ ପବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ଆୟବହିର୍ଭୂତ ୧୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ‘ଲୁକଆଉଟ୍‌’ ନୋଟିସ୍‌ ଜାରି କରିଛି । ଏହା ପୂର୍ବରୁ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଜାରି କରିଥିବା କେତେକ ସମନକୁ ‘ଦି ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର ନେତା ଦେଶମୁଖ ଏଡ଼ାଇ ଦେଇଥିଲେ ।

ଦେଶମୁଖଙ୍କୁ ଦେଶ ଛାଡ଼ି ଚାଲିଯିବାରେ ବାଧା ଦେବା ଲାଗି ଏହି ସର୍କ୍ୟୁଲାର୍‌ ଜାରି କରାଯାଇଥିବା କୁହାଯାଉଛି। ବାଦୀଙ୍କ ବିରୋଧରେ ଉତ୍ଥାପିତ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ‘ଏଜେନ୍‌ସି’କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିବା ଦେଶମୁଖଙ୍କ ‘ଲିଗାଲ୍‌ ଟିମ୍‌’ର ଅନ୍ୟତମ ସଦସ୍ୟ ଆନନ୍ଦ ଡାଗାଙ୍କୁ ଗୋଟିଏ ଦିନ ପଚରାଉଚୁରା କରିବା ସେପ୍ଟେମ୍ବର ୩ ତାରିଖ ଦିନ ‘ସିବିଆଇ’ ଗିରଫ କରିଥିଲା । ପୂର୍ବରୁ ମଧ୍ୟ ଦେଶମୁଖ କହିଥିଲେ ଯେ, ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ହିଁ‌ ସେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ରେ ହାଜର ହେବେ। ସେ କହିଥିଲେ ଯେ, ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି ଏବଂ ଅବିଳମ୍ବେ ତାହାର ଶୁଣାଣି କରାଯିବ । କିନ୍ତୁ, ପ୍ରବର୍ତ୍ତନ ନିର୍ଦେଶାଳୟ ଚାହିଁଲେ ‘ଇଲେକ୍ଟ୍ରୋନିକ୍’ ମାଧ୍ୟମରେ ସେ ବୟାନ୍ ରେକର୍ଡିଙ୍ଗ୍ ଦେଇ ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼