Masthead

ଯେଉଁ ସରକାର ଗଠନ ହେବ ତାହା ସ୍ଥାୟୀ ନୁହେଁ: ଜବିଉଲ୍ଲା ମୁଜାହିଦ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇଛି । ଖୁବଶୀଘ୍ର ଏକ ନୂଆ ସରକାର ଗଠନ ହେବ । ଦେଶକୁ ପୁନଃନିର୍ମାଣ କରିବା ଦିଗରେ ଆମେ ସମସ୍ତେ ମିଳିମିଶି କାମ କରିବୁ ବୋଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଯେକୌଣସି ବ୍ୟକ୍ତି ଅସ୍ତ୍ର ଉଠାଇବ ତାକୁ ଦେଶ ଏବଂ ଲୋକଙ୍କର ଶତ୍ରୁ ବୋଲି ମନାଯିବ । ସରକାର ଗଠନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ସରକାର ଗଠନ ଉତ୍ସବରେ ପାକିସ୍ତାନ, ତୁର୍କୀ, କତାର, ରୁଷ୍, ଚୀନ ଏବଂ ଇରାନକୁ ନିମନ୍ତ୍ରଣ କରିଥିବା ଜଣାପଡିଛି । ତେବେ ସୂଚନା ଅନୁସାରେ, ଯେଉଁ ସରକାର ଗଠନ ହେବ ତାହା ସ୍ଥାୟୀ ନୁହେଁ । ଏହା ମଧ୍ୟବର୍ତ୍ତୀକାଳୀନ ସରକାର ବେଲି କୁହାଯାଇଛି । ତାଲିବାନର ମୁଖପାତ୍ର କହିଛନ୍ତି, ନୂଆ ସରକାର ଘୋଷଣା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ ନୂଆ ସରକାର ଘୋଷଣା ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ