Masthead

ଏଠି ଭୋକିଲା ମଣିଷ ପାଇଁ ମାନବିକତା ନାହିଁ, ସେ କେବଳ ଖଣ୍ଡିଏ ଭୋଟରେ ହିସାବ ହୁଏ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗରିବୀ ହଟାଓ ନାରା, ଭୋକ ବିରୋଧରେ ଲଢେଇର ନାରା ଏଦେଶରେ ଆରମ୍ଭରୁ ଅଛି । ଏବେ ଏବେ ଆମେ ୭୫ତମ ସ୍ୱାଧୀନତା ଦିବସ ପାଳନ କଲେ । ଦୁର୍ଭାଗ୍ୟ ହେଲା, ଏବେ ବି ସେହି ନାରା କାଏମ ରହିଛି । ସରକାର ପରେ ସରକାର ବଦଳିଛି, କିନ୍ତୁ ଗରିବୀ ଓ ଭୋକକୁ ଦୂର କରାଯାଇପାରିନାହିଁ । କରୋନା ସମୟରେ ଏହି ଦୁଃଖ ଅଧିକ ସାମ୍ନାକୁ ଆସିଛି । ୮୦ ଦଶକରେ ଫାନସ ପୁଞ୍ଜିର ଦାରିଦ୍ର୍ୟତା ପାଇଁ ସାରା ଦେଶରେ ଚର୍ଚ୍ଚିତ ଥିବା ଓଡ଼ିଶା ଏବେ ବି ଦାନ ମାଝୀ ପାଇଁ ଚର୍ଚ୍ଚିତ ହେଉଛି । ୨୧ ବର୍ଷର ସରକାର ଗରିବି ଦୂରେଇଛନ୍ତି ବୋଲି କହୁଛନ୍ତି, ଗରିବି କାର୍ଡ ବାଣ୍ଟିବା ପରେ ସେଥିରେ ସଂଖ୍ୟା ଅଧିକରୁ ଅଧିକ ଯୋଡୁଛନ୍ତି ।

ସରକାର ମିଡିଆରେ ଭଲ ହେଡଲାଇନ ମ୍ୟାନେଜମେଣ୍ଟ କରୁଛନ୍ତି । ଭୋକର ଭୂଗୋଳ ଏବେ ଭାତହାଣ୍ଡି ବୋଲି କହୁଛନ୍ତି । ଗରିବ ଜିଲ୍ଲା ଛାଡନ୍ତୁ ସୁନ୍ଦରଗଡ ଭଳି ଧନୀ ଜିଲ୍ଲାରେ ଭୋକ ମେଣ୍ଟାଇବାକୁ ଜଣେ ଶିଶୁକୁ ଖଲି ପତ୍ର ଚାଟିବାକୁ ପଡିଛି । ଯାଜପୁର ଭଳି ସମୃଦ୍ଧ ଜିଲ୍ଲାରୁ ନଗଡାର ଚିତ୍ର ସାମ୍ନାକୁ ଆସୁଛି । ପେଟର ଭୋକ ମେଣ୍ଟାଇବାକୁ ଗୋଟିଏ ଓଳି ତ ଦୂରର କଥା ଦିନ ଦିନ ଲୋକେ ଖାଇବାକୁ ପାଉନାହାନ୍ତି । ଛୋଟ ଛୋଟ ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି ।

ଶରୀରର ପଞ୍ଜରା ହାଡ ବାହାରକୁ ଦିଶୁଛି । ଏହା ହେଉଛି ଆମର ବିକାଶ । ଏହା ହେଉଛି ଆମର ଭାତହାଣ୍ଡିର ଚିତ୍ର । ଭୋକ ଉପରେ ବିଜୟର ବାହାସ୍ଫୋଟର ସତ । ଭୋକିଲା ପେଟର ଦୁଃଖ ସରକାର ବୁଝିପାରନ୍ତି ନାହିଁ । କାହିଁକି ନା ଏଠି ମାନବିକତା ନୁହେଁ, ଭୋଟ୍ ଦରକାର । ଏଠି ନିର୍ବାଚନ ପରେ ନିର୍ବାଚନ ବିଜୟ ପାଇଁ ପ୍ଲାନ୍ ହୁଏ । ଏଠି ମଣିଷର ମୂଲ୍ୟ ଖଣ୍ଡିଏ ଭୋଟରେ ହିସାବ ହୁଏ । ଏଥିରେ ଖାଲି ଆମ ସରକାର କାହିଁକି ଦାୟୀ? ଭୋଟର ବି କଣ କିଛି କମ୍ କି? ସବୁ ବିଫଳତା ପରେ ବି ଯଦି ବିଜୟ ମିଳିଯାଉଛି, ତାହେଲେ ଏ ସବୁ କଥା ଭାବିବା ବି କଣ ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ