Masthead

ଏମାନେ ହେଉଛନ୍ତି ଭାରତର ଭାଗ୍ୟ ବିଧାତା !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ଦିନକୁ ଦିନ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଅନେକ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାଖାନ କରିବା ପାଇଁ ଦାବି କରୁଛନ୍ତି । କେତେବେଳେ ଏହାକୁ ବିରୋଧ କରି ବିଧାନସଭାରେ ବାକଯୁଦ୍ଧ ଚାଲୁଥିବାବେଳେ ଆଉ କେତେବେଳେ ଏହି ଆଇନକୁ ବିରୋଧ କରିବାକୁ ଯାଇ ବିଧାନସଭାକୁ ସାଇକେଲରେ ଯାଉଛନ୍ତି ବିରୋଧୀ ଦଳ । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ମୁଜାଫରନଗରରେ ଚାଷୀମାନେ ମହାପଞ୍ଚାୟତ ସମ୍ମିଳନୀ କରିଛନ୍ତି ।

କୃଷକ ନେତା ରାକେଶ ଟିକାୟତଙ୍କ ଠାରୁ ଆରମ୍ଭ କରି ଅନେକ ଜଣାଶୁଣା ନେତା ଏହି ମହାପଞ୍ଚାୟତରେ ଯୋଗ ଦେଇଥିଲେ । ହେଲେ ବାରମ୍ବାର ସରକାରଙ୍କୁ ନୂତନ ଚାଷୀ ଆଇନକୁ ପ୍ରତ୍ୟାଖାନ ପାଇଁ ଦାବି କରିଆସୁଥିବା କଂଗ୍ରେସ ଦଳ ପୁଣିଥରେ ଚାଷୀମାନଙ୍କ ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଛନ୍ତି । ତେବେ ମହାପଞ୍ଚାୟତର ଏକ ଫୋଟକୁ ସୋସିଆଲ ମିଡିଆରେ ସେୟାର କରି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହ କ୍ୟାପସନରେ ଏମାନେ ହେଉଛନ୍ତି ଦେଶର ଭାଗ୍ୟବିଧାତା ବୋଲି ଲେଖି ସରକାରଙ୍କୁ କଟାକ୍ଷ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ରାଜନୈତିକ ମାହଲ ବେଶ ସରଗରମ ହୋଇ ଉଠିଥିଲା ।

କିଏ ଏହି ଫୋଟକୁ ପୁରୁଣା ଫୋଟ କହୁଥିବା ବେଳେ ଆଉ କିଏ କଂଗ୍ରେସ ଦଳକୁ କଟାକ୍ଷ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଏହାକୁ ସହଜରେ ହଜମ କରିପାରିନାହାଁନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର । ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାହୁଲ ହେଉଛନ୍ତି ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ଅନ୍ୟ କାନ୍ଧରେ ବନ୍ଧୁକ ରଖି ଗୁଳିଚଳାନ୍ତି । କେବଳ ରାହୁଲ ନୁହଁ ବରଂ ଏହେଉଛି କଂଗ୍ରେସ ଦଳର ପୁରୁଣା ଅଭ୍ୟାସ ବୋଲି ସମ୍ବିତ ପାତ୍ର ଏହାର ଜବାବ ରଖି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି