Masthead

ଏମାନେ ହେଉଛନ୍ତି ଭାରତର ଭାଗ୍ୟ ବିଧାତା !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ଦିନକୁ ଦିନ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଅନେକ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାଖାନ କରିବା ପାଇଁ ଦାବି କରୁଛନ୍ତି । କେତେବେଳେ ଏହାକୁ ବିରୋଧ କରି ବିଧାନସଭାରେ ବାକଯୁଦ୍ଧ ଚାଲୁଥିବାବେଳେ ଆଉ କେତେବେଳେ ଏହି ଆଇନକୁ ବିରୋଧ କରିବାକୁ ଯାଇ ବିଧାନସଭାକୁ ସାଇକେଲରେ ଯାଉଛନ୍ତି ବିରୋଧୀ ଦଳ । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ମୁଜାଫରନଗରରେ ଚାଷୀମାନେ ମହାପଞ୍ଚାୟତ ସମ୍ମିଳନୀ କରିଛନ୍ତି ।

କୃଷକ ନେତା ରାକେଶ ଟିକାୟତଙ୍କ ଠାରୁ ଆରମ୍ଭ କରି ଅନେକ ଜଣାଶୁଣା ନେତା ଏହି ମହାପଞ୍ଚାୟତରେ ଯୋଗ ଦେଇଥିଲେ । ହେଲେ ବାରମ୍ବାର ସରକାରଙ୍କୁ ନୂତନ ଚାଷୀ ଆଇନକୁ ପ୍ରତ୍ୟାଖାନ ପାଇଁ ଦାବି କରିଆସୁଥିବା କଂଗ୍ରେସ ଦଳ ପୁଣିଥରେ ଚାଷୀମାନଙ୍କ ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଛନ୍ତି । ତେବେ ମହାପଞ୍ଚାୟତର ଏକ ଫୋଟକୁ ସୋସିଆଲ ମିଡିଆରେ ସେୟାର କରି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହ କ୍ୟାପସନରେ ଏମାନେ ହେଉଛନ୍ତି ଦେଶର ଭାଗ୍ୟବିଧାତା ବୋଲି ଲେଖି ସରକାରଙ୍କୁ କଟାକ୍ଷ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ରାଜନୈତିକ ମାହଲ ବେଶ ସରଗରମ ହୋଇ ଉଠିଥିଲା ।

କିଏ ଏହି ଫୋଟକୁ ପୁରୁଣା ଫୋଟ କହୁଥିବା ବେଳେ ଆଉ କିଏ କଂଗ୍ରେସ ଦଳକୁ କଟାକ୍ଷ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଏହାକୁ ସହଜରେ ହଜମ କରିପାରିନାହାଁନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର । ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାହୁଲ ହେଉଛନ୍ତି ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ଅନ୍ୟ କାନ୍ଧରେ ବନ୍ଧୁକ ରଖି ଗୁଳିଚଳାନ୍ତି । କେବଳ ରାହୁଲ ନୁହଁ ବରଂ ଏହେଉଛି କଂଗ୍ରେସ ଦଳର ପୁରୁଣା ଅଭ୍ୟାସ ବୋଲି ସମ୍ବିତ ପାତ୍ର ଏହାର ଜବାବ ରଖି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ