Masthead

୧୦୦ ଆସନରେ ନିର୍ବାଚନ ଲଢିବୁ ଆଉ ଜିତିବୁ: ଅସଦୁଦ୍ଦିନ ୱେସିସ୍

ୟୁପି(ବଡ଼ ଖବର ବ୍ୟୁରୋ):   ଆଗକୁ ହେବାକୁ ଯାଉଛି ଉତ୍ତର ପ୍ରଦେଶ ନିର୍ବାଚନ । ତେବେ ଏପଟେ ଅଯୋଧ୍ୟା ଗସ୍ତ ପୂର୍ବରୁ ଏଆଇଏମଆଇଏମ ର ମୁଖ୍ୟ ଅସଦୁ୍ଦ୍ଦିନ ୱେସିସ୍ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ସେ ୧୦୦ ଆସନରେ ନିର୍ବାଚନ ଲଢିବେ ଏବଂ ଜିତିବେ । ଉତ୍ତର ପ୍ରଦେଶ ନିର୍ବାଚନରେ ସପା-ବସପା ସହ ମେଣ୍ଟ ନେଇ ପ୍ରଶ୍ନ କରିବାରୁ ୱେସିସ୍ କହିଛନ୍ତି , ପ୍ରଥମେ ସପା–ବସପାକୁ ଆମ ସହ ମେଣ୍ଟ କରିବାକୁ ଆସିବାକୁ ଦିଅନ୍ତୁ । ତାଙ୍କ ସହ ଆମେ କଥା ହେବାକୁ ପ୍ରସ୍ତୁତ ଅଛୁ ।ସେ ପ୍ରଥମେ ଆମ ସହ କଥା ହୁଅନ୍ତୁ ।

ସେପଟେ ସେ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ ସବୁ ଦଳ କେବଳ ମୁସଲମାନଙ୍କୁ ବ୍ୟବହାର କରିଛନ୍ତି । ସେ ଆହୁରି କହିଛନ୍ତି ଯେ ୟୁପିରେ ମୁସଲମାନଙ୍କ ସ୍ଥିତି ବହୁତ ଖରାପ । ସୂଚନା ଅନୁସାରେ, ଆଯୋଧ୍ୟାରେ ୱେସିସ୍ ଙ୍କ ଜନସଭାରେ ଫୈଜାବାଦ ଲେଖା ହୋଇଥିବା ପୋଷ୍ଟର ଉପରେ ପୋଲିସ ଷ୍ଟିକର ଲଗାଇ ଦେଇଛି । ତେବେ ପୋଲିସ ଉଭୟ ପୋଷ୍ଟର ଓ ହୋଡିଂ ହଟାଇ ଦେଇଛି । ପୋଲିସ କହିଛି ଯେ,ଏବେ ଜିଲ୍ଲାର ନାଁ ବଦଳି ଯାଇଛି, ତେବେ ଫୈଜାବାଦ ଲେଖିବା କିଛି ଆବଶ୍ୟକ ନାହିଁ । ଏପଟେ ୱେସିସ୍  ଙ୍କ ଅଯୋଧ୍ୟା ଗସ୍ତକୁ ନେଇ ୟୁପି ମନ୍ତ୍ରୀ ବ୍ରିଜେଶ ପାଠକ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବିରୋଧୀ ଦଳ ଜୋର ଲଗାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼