Masthead

୨୫ଟି ୱେବସାଇଟକୁ ବନ୍ଦ କରିବାକୁ ଗୁଗୁଲକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୨୫ଟି ୱେବସାଇଟକୁ ହଟାଇବାକୁ ଗୁଗୁଲ ଓ ଫେସବୁକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ୱେବସାଇଟ ଗୁଡ଼ିକ ଏକ ଜାତୀୟ ଗଣମାଧ୍ୟମର ଟ୍ରେଡ୍ ମାର୍କକୁ ଉଲଂଘନ କରିଥିଲେ । ଏହାଛଡ଼ା ଲୋକମାନଙ୍କୁ ସେହି ଗଣମାଧ୍ୟମ ନାଁ ନେଇ ଭ୍ରମିତ କରିବା ସହିତ ଗଣମାଧ୍ୟମର ନାଁ ବି ବ୍ୟବହାର କରୁଥିଲେ । ଏହା ବିରୋଧରେ ଚାର୍ଜସିଟ ଦାଖଲ ହେବା ପରେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚର ଜଷ୍ଟିସ ସୁରେଶ କୁମାର କୈତ ଶୁଣାଣି କରିଛନ୍ତି । ୨୦୨୦ ସେପ୍ଟେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ୪ଟି ୱେବସାଇଟ ବିରୋଧରେ ନର୍ଦ୍ଦେଶାନାମା ଜାରି କରିଥିଲେ ।

ଆଉ ଏବେ ଆଉ ୨୫ଟି ୱେସାଇଟ ଉପରେ କଟକଣା ଜାରି କରାଯାଇଛି । ହାଇକୋର୍ଟ ସମସ୍ତ ବ୍ଲକ ହୋଇଥିବା ୱେବସାଇଟ କର୍ତ୍ତୃପକ୍ଷ, ଗୁଗଲ, ଫେସବୁକ ଓ ଅନ୍ୟ ଡୋମେନ ଅଧିକାରୀମାନଙ୍କୁ ନୋଟିସ କରିଛନ୍ତି। ପୂରା ଘଟଣା ଉପରେ ସମସ୍ତେ ଅକ୍ଟୋବର ୩ୟ ସପ୍ତାହ ସୁଦ୍ଧା ଜବାବ ଦାଖଲ କରିବେ। କୋର୍ଟ ଗୁଗଲ ଓ ଫେସବୁକ୍‌କୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ୱେବସାଇଟ/ ପେଜ୍‌ ମଧ୍ୟରେ ଆଜତକ ଲାଇଭ, ଆଜତକ ଇଣ୍ଡିଆ ନ୍ୟୁଜ, ଇ-ଆଜତକ ଭଳି ସଂସ୍ଥା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ