Masthead

୨୫ଟି ୱେବସାଇଟକୁ ବନ୍ଦ କରିବାକୁ ଗୁଗୁଲକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୨୫ଟି ୱେବସାଇଟକୁ ହଟାଇବାକୁ ଗୁଗୁଲ ଓ ଫେସବୁକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ୱେବସାଇଟ ଗୁଡ଼ିକ ଏକ ଜାତୀୟ ଗଣମାଧ୍ୟମର ଟ୍ରେଡ୍ ମାର୍କକୁ ଉଲଂଘନ କରିଥିଲେ । ଏହାଛଡ଼ା ଲୋକମାନଙ୍କୁ ସେହି ଗଣମାଧ୍ୟମ ନାଁ ନେଇ ଭ୍ରମିତ କରିବା ସହିତ ଗଣମାଧ୍ୟମର ନାଁ ବି ବ୍ୟବହାର କରୁଥିଲେ । ଏହା ବିରୋଧରେ ଚାର୍ଜସିଟ ଦାଖଲ ହେବା ପରେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚର ଜଷ୍ଟିସ ସୁରେଶ କୁମାର କୈତ ଶୁଣାଣି କରିଛନ୍ତି । ୨୦୨୦ ସେପ୍ଟେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ୪ଟି ୱେବସାଇଟ ବିରୋଧରେ ନର୍ଦ୍ଦେଶାନାମା ଜାରି କରିଥିଲେ ।

ଆଉ ଏବେ ଆଉ ୨୫ଟି ୱେସାଇଟ ଉପରେ କଟକଣା ଜାରି କରାଯାଇଛି । ହାଇକୋର୍ଟ ସମସ୍ତ ବ୍ଲକ ହୋଇଥିବା ୱେବସାଇଟ କର୍ତ୍ତୃପକ୍ଷ, ଗୁଗଲ, ଫେସବୁକ ଓ ଅନ୍ୟ ଡୋମେନ ଅଧିକାରୀମାନଙ୍କୁ ନୋଟିସ କରିଛନ୍ତି। ପୂରା ଘଟଣା ଉପରେ ସମସ୍ତେ ଅକ୍ଟୋବର ୩ୟ ସପ୍ତାହ ସୁଦ୍ଧା ଜବାବ ଦାଖଲ କରିବେ। କୋର୍ଟ ଗୁଗଲ ଓ ଫେସବୁକ୍‌କୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ୱେବସାଇଟ/ ପେଜ୍‌ ମଧ୍ୟରେ ଆଜତକ ଲାଇଭ, ଆଜତକ ଇଣ୍ଡିଆ ନ୍ୟୁଜ, ଇ-ଆଜତକ ଭଳି ସଂସ୍ଥା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼