କୋର୍ଟରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ସରପଞ୍ଚ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଥାନରେ ପୋଲିସକୁ ସରପଞ୍ଚଙ୍କ ଆକ୍ରମଣ ଘଟଣାରେ କୋର୍ଟରେ ସରପଞ୍ଚ ଙ୍କ ଆତ୍ମସମର୍ପଣ । ସୁରକ୍ଷା ଦାତା ନ୍ୟାୟ ପାଇବାକୁ ବିତିଗଲା ୩୭ ଦିନ । ଚତୁରତାର ସହିତ ଚାନ୍ଦବାଲି କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇ ଖସିଗଲେ ଅଭିଯୁକ୍ତ ସରପଞ୍ଚ ପ୍ରଫୁଲ୍ଲ ବେହୁରା। ସେପଟେ ପୋଲିସର ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନ। ସ୍ୱଚନା ଅନୁଯାୟୀ ଗତ ୪ ତାରିଖ ରାତିରେ ବାଂଶଡା ଥାନା ଅଧିନ ଜଳେଶ୍ୱରପୁର ସରପଞ୍ଚ ପ୍ରଫୁଲ୍ଲ ବେହୁରା ଘରୋଇ କେସ୍ ସମାଧାନ ପାଇଁ ଥାନାକୁ ଯାଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିଥିଲେ। ପୋଲିସ ଏଏସଆଇ ଗଙ୍ଗା ସିଂକୁ ଜାତିଆଣ ନେଇ ଗାଳି ଗୁଲଜ ମଧ୍ୟ କରିଥିଲେ।

ଏନେଇ ଏଏସଆଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ସରପଞ୍ଚଙ୍କ ବିରୋଧ କେଶ କରାଯାଇଥିବା ବେଳେ ସରପଞ୍ଚଙ୍କ ଗାଳି ଗୁଲଜର ସମସ୍ତ ଭିଡିଓ ଥାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଏହି କେଶର ତଦନ୍ତ ଭାର ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ନେଇଥିବା ଅତି ଚତୁରତାର ସହ ସରପଞ୍ଚ ପ୍ରଫୁଲ୍ଲ ବେହୁରା ଚାନ୍ଦବାଲି ମାଜିଷ୍ଟ୍ରେଟଙ୍କ ଆଗରେ ଆତ୍ମସମର୍ପଣ କରିଥିବା ବେଳେ କୋର୍ଟ ତାଙ୍କୁ ଏକ ସର୍ତମୂଳକ ଯାମିନ ପ୍ରଦାନ କରିଛନ୍ତି । ଏଠି ସାଧାରଣରେ ପ୍ରଶ୍ନ ଯଦି ସାଧାରଣଲୋକ କିଛି ଭୁଲ କଲେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରୁଛି କିନ୍ତୁ ପୋଲିସ ସରପଞ୍ଚଙ୍କୁ ଗିରଫ କରିବା ବଦଳରେ କୋର୍ଟକୁ ସିଡ଼ି ଦେଇ ଜାମିନର ବାଟ ଦେଖାଇ ଦେଇଛନ୍ତି । ଏଠି ଦାୟିତ୍ୱରେ ଥିବା ପୋଲିସ କେଉଁଠି ନା କେଉଁଠି ଅର୍ଥବଳ କିମ୍ବା ଶାସନ ଦଳରେ ଚାପି ହୋଇ ଏମିତି କରିଥିବା ସାଧାରଣରେ ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ