Before Header

ପୁଣି ଭାଲୁ ଆତଙ୍କ, ଜଣେ ଆହାତ

0 99

ନୀଳଗିରି(ବଡ଼ ଖବର ବ୍ୟୁରୋ): ନିୟମିତ ସମୟ ବ୍ୟବଧାନରେ ନରଳଗିରିର ବିଭିନ୍ନ ଅଞ୍ଚଳର ଭାଲୁ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଛି । ଆଜି ସକାଳେ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି । ଜାମୁଡିହା ପଞ୍ଚାୟତ ଅଧୀନ କେଶୁରା ଗାଁ ର ଭାସ୍କର ଦଳେଇ କୋଦାଳ ଧରି ବିଲକୁ କାମ କରିବାକୁ ଯାଉଥିବା ବେଳେ ଗାଁ ମୁଣ୍ଡ ମହାଦେବ ମନ୍ଦିର ସମ୍ମୁଖରେ ଜଗି ରହିଥିବା ଭାଲୁଟି ଅତର୍କିତ ଭାବେ ଆକ୍ରମଣ କରିଥିଲା ।

ତେବେ ଏଥିରେ ଭୟଭୀତ ନ ହୋଇ ଅବିଚଳିତ ଭାବେ ଭାଲୁକୁ କୋଦାଳରେ ପ୍ରତି ଆକ୍ରମଣ କରି ନିଜକୁ କିଛି ମାତ୍ରାରେ ସୁରକ୍ଷିତ କରି ପାରିଛନ୍ତି ଭାସ୍କର । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ମୁର୍ମୁଷୁ ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲେ ବି ମୁଣ୍ଡ ଏବଂ ମୁହଁରେ ଗଭୀର କ୍ଷତ ଦେଖା ଯାଇଛି ।

Leave A Reply

Your email address will not be published.