Masthead

ଟି-୨୦ ବିଶ୍ୱକପ ପାଇଁ ଆଜି ଘୋଷଣା ହେବ ଭାରତୀୟ ଦଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯିବ । ଏଥିପାଇଁ ପ୍ରାୟତଃ ୧୪ଜଣଙ୍କ ନାଁରେ ମୋହର ବାଜି ସାରିଛି । ଫଳରେ ମଙ୍ଗଳବାର ଦଳ ଘୋଷଣା ହେବାର ଆଶା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଥିବା ଅଧିନାୟକ ବିରାଟ କୋହଲି ମଙ୍ଗଳବାର ମାଞ୍ଚେଷ୍ଟର ଯାତ୍ରା କରିଥିଲେ ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଲଣ୍ଡନରେ ସଂଗରୋଧରେ ଥିଲେ । ଯେଉଁ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ଆଜି ଉଭୟ କୋହଲି ଓ ଶାସ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ମନୋନୟନକର୍ତାମାନଙ୍କ ଆଲୋଚନା ପରେ ମନୋନୟନ ସମିତି ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ସାହା ମନୋନୟନ ସମିତି ଉପଦେଷ୍ଟା ଭାବେ ବୈଠକର ଅଂଶବିଶେଷ ରହିବେ ବୋଲି ଜଣାପଡ଼ିଛି । ଆମେ ମଙ୍ଗଳବାର ଦଳ ଭାରତୀୟ ଧଳା ବଲ୍‌ ଦଳର ଅତିକମ୍‌ରେ ୧୩ରୁ ୧୫ ଜଣ ସଦସ୍ୟ ସିଧାସଳଖ ଭାବେ ଟି-୨୦ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବା ନିଶ୍ଚିତ ହୋଇଛି । କେବଳ କିଛି ସ୍ଥାନ ପାଇଁ ଆଲୋଚନା ହେବ। ବିଶେଷସୂତ୍ରରୁ ଯାହା ଜଣାପଡ଼ିଛି ବିରାଟ କୋହଲି, ରୋହିତ ଶର୍ମା, କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ୍‌ , ହାର୍ଦ୍ଧିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଯଶପ୍ରିତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ୟୁଝ୍‌ବେନ୍ଦ୍ର ଚହଲ, ଦୀପକ କୁମାର, ମହମ୍ମଦ ସାମି ଏବଂ ଶାର୍ଦୁଲ ଠାକୁର (ମୋଟ ୧୪ ଜଣ) ଦଳରେ ସ୍ଥାନ ବଜାୟ ରଖିବା ନିଶ୍ଚିତ ।

ତେଣୁ ଯଦି ୧୮ କିମ୍ବା ୨୦ ଜଣିଆ ଦଳ ଘୋଷଣା କରାଯାଏ ତାହାଲେ ଆଉ ଯେଉଁ କିଛି ସ୍ଥାନ ପାଇଁ ଆଲୋଚନା ହେବ । ସେଥିରେ ସ୍ପିନର ବରୁଣ ଚକ୍ରବର୍ତୀ ଓ ରାହୁଲ ଚହର ଏବଂ ଜାଦେଜାଙ୍କ ସ୍ଥାନ ପୂରଣ ନିମନ୍ତେ ଅକ୍ଷର ପଟେଲ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ନାମ ରହିଛି । ଏକ୍ଷେତ୍ରରେ ଅତିରିକ୍ତ ଓପ୍‌ନର ଭାବେ ଶିଖର ଧାୱନ୍‌/ପୃଥ୍ବୀ ସ, ଅତିରିକ୍ତ ୱିକେଟ୍‌ରକ୍ଷକ ଭାବେ ଈଶାନ କିଷନ/ସଞ୍ଜୁ ସାମ୍‌ସନ, ଅତିରିକ୍ତ ସ୍ପିନର ଭାବେ ବରୁଣ ଚକ୍ରବର୍ତୀ/ ରାହୁଲ ଚହର, ଅତିରିକ୍ତ ବାମହାତୀ ପେସର୍‌ ଭାବେ ‌ଚେତନ ସାକାରିୟା/ଟି ନଟରାଜନ୍‌ ଏବଂ ଫିଟ୍‌ନେସ୍‌ ଭିତ୍ତିରେ ୱାସିଂଟନ୍‌ ସୁନ୍ଦରଙ୍କ ନାମ ଆଲୋଚନାକୁ ଯିବ ବୋଲି ମନୋନୟନ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ