Masthead

ଚୋରାଚାଲାଣ ପୂର୍ବରୁ ଜଙ୍ଗଲରୁ ୨୫୦ ଗାଈ ଉଦ୍ଧାର

ଯୁଯୁମରା (ବଡ଼ ଖବର ବ୍ୟୁରୋ): ଜଙ୍ଗଲର ଏକ ଗୁପ୍ତ ସ୍ଥାନରେ ଥିଲେ ଶହ ଶହ ଗୋରୁ। ପ୍ରାୟ ୨୫୦ରୁ ଅଧିକ ଗୋରୁଙ୍କୁ ଗୋଟିଏ ଛୋଟିଏ ସ୍ଥାନରେ ଆବଦ୍ଧ କରି ରଖାଯାଇଥିଲା। ଏପରି ଘଟଣା ଦେଖିବାକୁ ମିଳିଛି ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ମୁଣ୍ଢେର ଅଷାଢୁପଡ଼ାରେ।ଏତେ ସଂଖ୍ୟକ ଗୋରୁଙ୍କୁ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେମାନଙ୍କୁ ରଖାଯାଇଥିଲା। ସମୟ, ସୁବିଧା ଦେଖି ଗୋରୁମାନଙ୍କୁ ସେଠାରୁ ଧୀରେ ଧୀରେ ଚାଲାଣ କରାଯିବାର ଯୋଜନା ରଖି ଏପରି କରାଯାଉଥିବା ସନ୍ଦେହ କରାଯାଇଛି।

ଏ ସଂପର୍କରେ ଖବରପାଇ ସ୍ଥାନୀୟ ଲୋକେ, ଦେବସେନା, ବଜରଙ୍ଗ ଦଳ ଓ ବିଜେପିର ନେତାମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ। ତେବେ ଏତେ ସଂଖ୍ୟକ ଗୋରୁଙ୍କୁ ଗୋଶାଳାରେ ରଖିବା ସମ୍ଭବ ହୋଇ ନଥିବାରୁ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ କହିଛନ୍ତି।

ଏହି ଘଟଣାରେ ପୁଲିସ ସନ୍ଦେହରେ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ଏହି ଘଟଣାର ଖୋଳତାଡ଼ ହେଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା