Masthead

ଚୋରାଚାଲାଣ ପୂର୍ବରୁ ଜଙ୍ଗଲରୁ ୨୫୦ ଗାଈ ଉଦ୍ଧାର

ଯୁଯୁମରା (ବଡ଼ ଖବର ବ୍ୟୁରୋ): ଜଙ୍ଗଲର ଏକ ଗୁପ୍ତ ସ୍ଥାନରେ ଥିଲେ ଶହ ଶହ ଗୋରୁ। ପ୍ରାୟ ୨୫୦ରୁ ଅଧିକ ଗୋରୁଙ୍କୁ ଗୋଟିଏ ଛୋଟିଏ ସ୍ଥାନରେ ଆବଦ୍ଧ କରି ରଖାଯାଇଥିଲା। ଏପରି ଘଟଣା ଦେଖିବାକୁ ମିଳିଛି ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ମୁଣ୍ଢେର ଅଷାଢୁପଡ଼ାରେ।ଏତେ ସଂଖ୍ୟକ ଗୋରୁଙ୍କୁ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେମାନଙ୍କୁ ରଖାଯାଇଥିଲା। ସମୟ, ସୁବିଧା ଦେଖି ଗୋରୁମାନଙ୍କୁ ସେଠାରୁ ଧୀରେ ଧୀରେ ଚାଲାଣ କରାଯିବାର ଯୋଜନା ରଖି ଏପରି କରାଯାଉଥିବା ସନ୍ଦେହ କରାଯାଇଛି।

ଏ ସଂପର୍କରେ ଖବରପାଇ ସ୍ଥାନୀୟ ଲୋକେ, ଦେବସେନା, ବଜରଙ୍ଗ ଦଳ ଓ ବିଜେପିର ନେତାମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ। ତେବେ ଏତେ ସଂଖ୍ୟକ ଗୋରୁଙ୍କୁ ଗୋଶାଳାରେ ରଖିବା ସମ୍ଭବ ହୋଇ ନଥିବାରୁ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ କହିଛନ୍ତି।

ଏହି ଘଟଣାରେ ପୁଲିସ ସନ୍ଦେହରେ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ଏହି ଘଟଣାର ଖୋଳତାଡ଼ ହେଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ