ଜଙ୍ଗଲ ଜମିକୁ ନେଇ ଜନଶୁଣାଣି

ଯୋଡ଼ା (ବଡ଼ ଖବର ବ୍ୟୁରୋ): ଡି. ସି. ଜୈନ ଖଣିରେ ଥିବା ୮୯.୯୬୧ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ନିମନ୍ତେ ବ୍ୟବହାର ପାଇଁ ୱାର୍ଡ଼ ସଭା ମାଧ୍ୟମରେ ଜନଶୁଣାଣୀ । ଯୋଡ଼ା ଖଣି କ୍ଷେତ୍ର ଦଲପାହାଡ଼ ଠାରେ ଥିବା ଧରମଚାନ୍ଦ ଜୈନ ଲୌହ ଓ ମାଙ୍ଗାନିଜ୍ ଖଣିର ୮୯.୯୬୧ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ନିମନ୍ତେ ବ୍ୟବହାର ପାଇଁ ୱାର୍ଡ଼ ସଭା ମାଧ୍ୟମରେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।

ଯୋଡ଼ା ପୌରାଂଚଳର ୱାର୍ଡ଼ ନଂ ୧୪ ଦଲପାହାଡ଼ ଠାରେ ଅନୁଷ୍ଠିତ ଏହି ଜନ ଶୁଣାଣୀକୁ ଯୋଡ଼ା ପୌର ନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର ବଡ଼ବିଲ ଓ ଯୋଡ଼ା ବନପାଳ ପରିଚାଳନା କରିଥିଲେ । ଖଣି ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳବାସୀ ଏହି ୱାର୍ଡ଼ ସଭାରେ ଭାଗନେଇ କମ୍ପାନୀକୁ ସମର୍ଥନ ଜଣାଇବା ସହ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଅନେକ ଗୁଡ଼ିଏ ଦାବି ଉପସ୍ଥାପନ କରିଥିଲେ । ଲୋକଙ୍କ ଏହି ଦାବିକୁ ଯଥା ସମ୍ଭବ ପୂରଣ କରିବା ପାଇଁ ସଂପୃକ୍ତ ଖଣି କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ