Masthead

ଭାରତୀୟ ବାୟୁ ସେନାର ଆଉ ଏକ ସଫଳତା, ମିଳିଲା ମିସାଇଲ ସିଷ୍ଟମ ଏମଆରଏସଏଏମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଭାରତୀୟ ବାୟୁ ସେନାର ଆଉ ଏକ ସଫଳତା । ଶତ୍ରୁକୁ କଡା ଜବାବ ଦେବାକୁ ସାମିଲ ହେଲା ଶକ୍ତିଶାଳୀ କ୍ଷେପଣାସ୍ତ୍ର (ଏମଆରଏସଏଏମ)ମିଡିଅମ୍ ରେଂଜ ସରଫେସ୍ ଟୁ ଏୟାର ମିସାଇଲ । ନିଜର ଶକ୍ତି ବୃଦ୍ଧିରେ ମିଳିଛି ବହୁ ସଫଳତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟମ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ର ପ୍ରଥମ ୟୁନିଟ୍ ଜୟସଲମର ଆଏଏଫ ଜାହାଜରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହି କ୍ଷେପଣାସ୍ତ୍ର ୭୦ କିଲୋମିଟର ବ୍ୟାସାର୍ଦ୍ଧରେ ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ହେବ ।

ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପିତ ହେଉଥିବା ଏହି ମିଶାଇଲ ୭୦ କିଲୋମିଟର ଯାଏଁ ଆକ୍ରମଣ କରି ଧ୍ୱଂସ ଲୀଳା କରିବାର ସାମର୍ଥ୍ୟ ରଖିଛି । ଜୈଶଲମେର ସ୍ଥିତ ବାୟୁସେନା ଘାଟିରେ ଏହାର ପ୍ରଥମ ୟୁନିଟକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ମିସାଇଲରେ ଆଡଭାନ୍ସ ରାଡାର, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ, ମୋବାଇଲ ଲଂଚର, ରେଡିଓ ଫ୍ରିକ୍ୱେନ୍ସି ସିକର ସହ ଇଣ୍ଟରସେପ୍ଟର ବ୍ୟବସ୍ଥା ରହିଛି ।

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ(ଡିଆରଡିଓ) ଓ ଇଜ୍ରାଇଲର ଆଇଏଆଇ ର ମିଳିତ ଜ୍ଞାନ କୌଶଳରେ ନିର୍ମିତ ଏହି ମିଶାଇଲ ଭାରତର ବାୟୁସେନାର ଶକ୍ତିକୁ ବହୁଗଣରେ ଆଗେଇ ନେବ ବୋଲି ରାଜନାଥ ସିଂ କହିଛନ୍ତି । ଏହି ସିଷ୍ଟମରେ ଉନ୍ନତ ରାଡାର, କମାଣ୍ଡ ଏବଂ କଣ୍ଟ୍ରୋଲ, ମୋବାଇଲ୍ ଲଞ୍ଚର୍ ଏବଂ ରେଡିଓ ଫ୍ରିକ୍ୱେନ୍ସି ସନ୍ଧାନକାରୀ ଅନ୍ତର୍ଭୁକ୍ତ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏବଂ ଇସ୍ରାଏଲର ଓଇଓ ମିଳିତ ଭାବେ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା