Masthead

ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ନୃଶଂସ ଭାବେ ହତ୍ୟା କଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ) :    ଆଫଗାନିସ୍ତାନ ପଞ୍ଜଶିରକୁ ଦଖଲ କରିବା ପାଇଁ କଳେ ବଳେ କୌଶଳ କରୁଛି ତାଲିବାନ । ଦିନକୁ ଦିନ ନୂଆ ନୂଆ ଚାଲ ଚଳାଇ ପଞ୍ଜଶିର ଆଡକୁ ପାଦ ବଢାଉଛି । ପଞ୍ଜଶିରରେ ଆଫଗାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ରହୁଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରୁଛି ତାଲିବାନ ସରକାର । ଏମିତିକି ଅମରୁଲ୍ଲା ଯେଉଁ ସ୍ଥାନରେ ରହୁଥିଲେ ସେହି ସ୍ଥାନକୁ ତାଲିବାନୀ ଆତଙ୍କ କବଜା କରିନେଇଥିବା ଜଣାପଡିଛି ।

ଏହା ସହ ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ନିର୍ମମ ଭାବେ ତାଲିବାନୀ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ତେବେ ଅମରୁଲ୍ଲାଙ୍କ ଭଳି ତାଙ୍କ ଭାଇ ମଧ୍ୟ ତାଲିବାନୀ ଆତଙ୍କ ବିରୋଧରେ ଲଢୁଥିଲେ । ହେଲେ ସେ ଗତ ଗୁରୁବାର ପଞ୍ଜଶିରରୁ କାବୁଲ ଯାଉଥିବା ବେଳେ ତାଙ୍କୁ ତାଲିବାନୀମାନେ ହତ୍ୟା କରିଥିବା ନେଇ ଜଣା ପଡିଛି । ସେ ଅମରୁଲ୍ଲା ସାଲେହଙ୍କ ଭାଇ ବୋଲି ଜଣା ପଡିବା ପରେ ତାଲିବାନୀ ତାଙ୍କୁ ପଶୁ ଭଳି ମାଡମାରି ରକ୍ତାତ କରିଦେଇଥିଲେ । ଶେଷରେ ତାଙ୍କୁ ଗୁଳିକରି ହତ୍ୟା କରିଥିବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ