Masthead

ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ନୃଶଂସ ଭାବେ ହତ୍ୟା କଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ) :    ଆଫଗାନିସ୍ତାନ ପଞ୍ଜଶିରକୁ ଦଖଲ କରିବା ପାଇଁ କଳେ ବଳେ କୌଶଳ କରୁଛି ତାଲିବାନ । ଦିନକୁ ଦିନ ନୂଆ ନୂଆ ଚାଲ ଚଳାଇ ପଞ୍ଜଶିର ଆଡକୁ ପାଦ ବଢାଉଛି । ପଞ୍ଜଶିରରେ ଆଫଗାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ରହୁଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରୁଛି ତାଲିବାନ ସରକାର । ଏମିତିକି ଅମରୁଲ୍ଲା ଯେଉଁ ସ୍ଥାନରେ ରହୁଥିଲେ ସେହି ସ୍ଥାନକୁ ତାଲିବାନୀ ଆତଙ୍କ କବଜା କରିନେଇଥିବା ଜଣାପଡିଛି ।

ଏହା ସହ ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ନିର୍ମମ ଭାବେ ତାଲିବାନୀ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ତେବେ ଅମରୁଲ୍ଲାଙ୍କ ଭଳି ତାଙ୍କ ଭାଇ ମଧ୍ୟ ତାଲିବାନୀ ଆତଙ୍କ ବିରୋଧରେ ଲଢୁଥିଲେ । ହେଲେ ସେ ଗତ ଗୁରୁବାର ପଞ୍ଜଶିରରୁ କାବୁଲ ଯାଉଥିବା ବେଳେ ତାଙ୍କୁ ତାଲିବାନୀମାନେ ହତ୍ୟା କରିଥିବା ନେଇ ଜଣା ପଡିଛି । ସେ ଅମରୁଲ୍ଲା ସାଲେହଙ୍କ ଭାଇ ବୋଲି ଜଣା ପଡିବା ପରେ ତାଲିବାନୀ ତାଙ୍କୁ ପଶୁ ଭଳି ମାଡମାରି ରକ୍ତାତ କରିଦେଇଥିଲେ । ଶେଷରେ ତାଙ୍କୁ ଗୁଳିକରି ହତ୍ୟା କରିଥିବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ