Masthead

ମାନସ ଦାସଙ୍କ ଖେଳ ଖତମ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାନସ ଦାସଙ୍କ ଖେଳ ଖତମ୍ । ମାନ୍ୟବର ମାନସ ଦାସ ଏବେ ପୋଲିସ କବଜା । ଘରେ ପସି ମାନସଙ୍କୁ ଉଠାଇନେଲା ପୋଲିସ । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସକୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଖୋର୍ଦ୍ଧା ପୋଲିସ ସଦୀଦ ନଗର ଘରୁ ତାଙ୍କୁ ଉଠାଇ ନେଇଛି । ମାନସଙ୍କ ନାଁରେ ଆସିଥିଲା ପୁଳା ପୁଳା ଅଭିଯୋଗ ।

ବେଗୁନିଆ ଅଂଚଳରେ ନୀରିହ ଆଦିବାସୀଙ୍କୁ ଧର୍ମାନ୍ତିକରଣ ନାଁରେ ମାନସ ଚଳାଇଥିଲା ତାଲିବାନୀ ଶାସନ । ପୂର୍ବରୁ ମାନସଙ୍କ ନାଁରେ ନିର୍ଯ୍ୟାତନା ଓ ହତ୍ୟା ଅଭିଯୋଗ ଭଳି ମାମଲା ମଧ୍ୟ ରହିଛି । ନିରୀହ ଆଦିବାସୀଙ୍କୁ ମାନବବାଦ ସଂଗଠନରେ ମିଶିବା ପାଇଁ ବାଧ୍ୟ କରୁଥିଲା ମାନସଙ୍କ ସଂଗଠନ । ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ନାଁରେ ରୁଜୁ ହୋଇଛି ଆଉ ଏକ ଏତାଲା । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଛନ୍ତି ମାନସଙ୍କ ଷ୍ଟେଜ୍ ବଡି ଗାର୍ଡ କହୁଥିବା ଜଣେ ବ୍ୟକ୍ତି । ମାନସ ତାଙ୍କୁ ଧମକ ଦେଉଥିବାର ଅଡିଓ ଭାଇରାଲ ହୋଇଥିଲା । ଏହାସହ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅକୁ ନିର୍ଦ୍ଦୟ ଭାବେ ମାଡ ମାରିବା ଘଟଣାରେ ମାନବାଦ ସଂଗଠନର ଅମାନୀୟକାଣ୍ଡ ସାମ୍ନାକୁ ଆସିଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା ।

ପରେ ତାଙ୍କର ବିଜେଡି ଲିଙ୍କର ଅନେକ ଭିଡିଓ ସାମ୍ନାକୁ ଆସିଥିଲା । ଦଳର ଅନେକ ବରିଷ୍ଠ ନେତା ତାଙ୍କର ପ୍ରଶଂସା କରୁଥିବା ଦେଖାଯାଇଛି । ଖାଲି ଏତିକି ନୁହେଁ ୨୦୧୯ରେ ବିଜେଡିରେ ଯୋଗଦେବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ । ଏହା ସହ ଭୁବନେଶ୍ୱରର ତତକାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରୟଦର୍ଶୀ ମିଶ୍ରଙ୍କ ସହ ଗୋଟିଏ ମଞ୍ଚରେ ବସିଥିବା ଭିଡିଓ ଭାଇରାଲ ହୋଇଥିଲା । ଶେଷରେ ତାଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ