ମାନସ ଦାସଙ୍କ ଖେଳ ଖତମ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାନସ ଦାସଙ୍କ ଖେଳ ଖତମ୍ । ମାନ୍ୟବର ମାନସ ଦାସ ଏବେ ପୋଲିସ କବଜା । ଘରେ ପସି ମାନସଙ୍କୁ ଉଠାଇନେଲା ପୋଲିସ । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସକୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଖୋର୍ଦ୍ଧା ପୋଲିସ ସଦୀଦ ନଗର ଘରୁ ତାଙ୍କୁ ଉଠାଇ ନେଇଛି । ମାନସଙ୍କ ନାଁରେ ଆସିଥିଲା ପୁଳା ପୁଳା ଅଭିଯୋଗ ।

ବେଗୁନିଆ ଅଂଚଳରେ ନୀରିହ ଆଦିବାସୀଙ୍କୁ ଧର୍ମାନ୍ତିକରଣ ନାଁରେ ମାନସ ଚଳାଇଥିଲା ତାଲିବାନୀ ଶାସନ । ପୂର୍ବରୁ ମାନସଙ୍କ ନାଁରେ ନିର୍ଯ୍ୟାତନା ଓ ହତ୍ୟା ଅଭିଯୋଗ ଭଳି ମାମଲା ମଧ୍ୟ ରହିଛି । ନିରୀହ ଆଦିବାସୀଙ୍କୁ ମାନବବାଦ ସଂଗଠନରେ ମିଶିବା ପାଇଁ ବାଧ୍ୟ କରୁଥିଲା ମାନସଙ୍କ ସଂଗଠନ । ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ନାଁରେ ରୁଜୁ ହୋଇଛି ଆଉ ଏକ ଏତାଲା । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଛନ୍ତି ମାନସଙ୍କ ଷ୍ଟେଜ୍ ବଡି ଗାର୍ଡ କହୁଥିବା ଜଣେ ବ୍ୟକ୍ତି । ମାନସ ତାଙ୍କୁ ଧମକ ଦେଉଥିବାର ଅଡିଓ ଭାଇରାଲ ହୋଇଥିଲା । ଏହାସହ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅକୁ ନିର୍ଦ୍ଦୟ ଭାବେ ମାଡ ମାରିବା ଘଟଣାରେ ମାନବାଦ ସଂଗଠନର ଅମାନୀୟକାଣ୍ଡ ସାମ୍ନାକୁ ଆସିଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା ।

ପରେ ତାଙ୍କର ବିଜେଡି ଲିଙ୍କର ଅନେକ ଭିଡିଓ ସାମ୍ନାକୁ ଆସିଥିଲା । ଦଳର ଅନେକ ବରିଷ୍ଠ ନେତା ତାଙ୍କର ପ୍ରଶଂସା କରୁଥିବା ଦେଖାଯାଇଛି । ଖାଲି ଏତିକି ନୁହେଁ ୨୦୧୯ରେ ବିଜେଡିରେ ଯୋଗଦେବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ । ଏହା ସହ ଭୁବନେଶ୍ୱରର ତତକାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରୟଦର୍ଶୀ ମିଶ୍ରଙ୍କ ସହ ଗୋଟିଏ ମଞ୍ଚରେ ବସିଥିବା ଭିଡିଓ ଭାଇରାଲ ହୋଇଥିଲା । ଶେଷରେ ତାଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ