Masthead

ସ୍ଥଗିତ ହେଲା ବିଗ୍ ବଜେଟ ଫିଲ୍ମ ‘ଆରଆରଆର’ର ରିଲିଜ ଡେଟ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଣୁଣା ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ତାଙ୍କ ଅପକମିଙ୍ଗ ଫିଲ୍ମ ଆରଆରଆର ପାଇଁ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଅଜୟ ଦେବଗନ, ଆଲିଆ ଭଟ୍ଟ, ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କୁ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ସେଥିପାଇଁ ଫ୍ୟାନ୍ସ ମାନେ କାଫି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ଏହି ଫିଲ୍ମକୁ । ତେବେ ନିକଟରେ ଏହି ଫିଲ୍ମକୁ ନେଇ ଏକ ବଡ ଅପଟେଡ ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ ଏହି ବିଗ୍ ବଜେଟ ଫିଲ୍ମର ରିଲିଜ ତାରିଖକୁ ଏବେ ସ୍ଥଗିତ ରଖାଯାଇଛି । ନିକଟରେ ଫିଲ୍ମର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଖବରକୁ ସେୟାର କରାଯାଇଛି । ଟ୍ୱିଟ୍ କରି ଲେଖାଯାଇଛି ଯେ ଏହି ଫିଲ୍ମର ପୋଷ୍ଟ ପ୍ରଡକ୍ସନ ପ୍ରାୟ ଶେଷ ହେବାକୁ ଯାଉଛି, ଯାହାଫଳରେ ଫିଲ୍ମ ଅକ୍ଟୋବରରେ ମୁକ୍ତିଲାଭ କରିପାରିବ । କିନ୍ତୁ କରୋନା ଯୋଗୁଁ ସାରା ବିଶ୍ୱରେ ପ୍ରେକ୍ଷାଳୟ ଗୁଡିକ ସମ୍ପୂର୍ଣ୍ଣ ଖୋଲା ହୋଇ ନଥିବାରୁ ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି । ସେଥିପାଇଁ ନୂଆ ତାରିଖ ମଧ୍ୟ ଘୋଷଣା ହୋଇପାରୁ ନାହିଁ । ସାରା ବିଶ୍ୱରେ ସିନେମା ହଲ୍ ଗୁଡିକ ଖୋଲିବା ମାତ୍ରେ ହିଁ ଏହି ଫିଲ୍ମ ରିଲିଜ ହେବ ।

ତେବେ ପୂର୍ବରୁ ଏହି ଫିଲ୍ମ ୧୩ ଅକ୍ଟୋବର ୨୦୨୧ରେ ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହାର ରିଲିଜକୁ ସ୍ଥଗିତ କରାଯିବାରୁ ଅନେକ ଫ୍ୟନ୍ସ ମାନେ ମଧ୍ୟ ନିରାଶ ହୋଇଛନ୍ତି । ଏହି ଫିଲ୍ମରେ ଜୁନିୟର ଏନଟିଆର, ରାମ ଚରଣ, ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଭଳି କିଛି ସୁପରଷ୍ଟାର ମାନେ ନଜର ଆସିବେ । ଫିଲ୍ମର ବଜେଟ ୪୫୦ କୋଟି ଟଙ୍କା ଥିବା ବେଳେ ଏହା ନିର୍ମାତାଙ୍କର ଏକ ସ୍ୱପ୍ନର ପ୍ରୋଜେକ୍ଟ କହିଲେ କିଛି ଭୁଲ ହେବ ନାହିଁ । ଏକାଧିକ ଭାଷାରେ ସାରା ବିଶ୍ୱରେ ରିଲିଜ ହେବ ଏହି ବିଗ୍ ବଜେଟ ମୁଭି । ନିର୍ଦ୍ଦେଶକ ଏସ୍ ଏସ୍ ରାଜା ମୌଲିଙ୍କର ନିର୍ଦ୍ଦେଶନାରେ ଏହି ମୁଭି ତିଆରି ହୋଇଥିବାରୁ ରିଲିଜ ପରେ ଏହା ଏକ ରେକର୍ଡ କରିବ ବୋଲି ଆଶା ରଖିଛନ୍ତି ଦର୍ଶକ । ଫିଲ୍ମ ବାହୁବଲୀର ବିଗ୍ ସକ୍ସସେସ୍ ପରେ ଏହି ମୁଭିକୁ ମଧ୍ୟ କାଫି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି