Masthead

ତାଲିବାନର କଟାମୁଣ୍ଡ ଭିଡିଓ

କାବୁଲ(ବଡ଼ ଖବର ବ୍ୟୁରୋ):  ବଢିଚାଲିଛି ତାଲବାନର ବର୍ବରତା । କ୍ରୁରତାର ସୀମା ଡେଇଁ ଦେଖାଉଛି କ୍ରୁରପଣ । ପୁଣି ଆଫଗାନରୁ ଆସିଛି ଏକ ଛାତି ଥରା ଘଟଣା । ଜଣେ ଆଫଗାନ ସୈନିକକୁ ନିମର୍ମ ଭାବେ ହତ୍ୟା କରିଛି ତାଲିବାନ । ଆଫଗାନରେ ସରକାର ଗଢିବା ପରେ ମନମୁଖୀ ଶାସନ ଚଳାଉଛି ତାଲିବାନ । ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ସେମାନଙ୍କ ଅଧିକାର ଓ ସ୍ୱାଧୀନତାକୁ ପାଦରେ ଦଳିମକଚି ଦେଇଛି ।

ତେବେ ତାଲିବାନ ମାନେ ଜଣେ ଆଫଗାନି ସୈନିକକୁ ହତ୍ୟା କରି ତାଙ୍କ କଟା ମୁଣ୍ଡକୁ ଧରି ଭିଡିଓ ରେକର୍ଡ କରିଛି । ଏହି ଖବର ଏବେ ସମ୍ନାକୁ ଆସିବା ପରେ ତାଲିବାନକୁ ନିନ୍ଦା କରାଯାଇଛି । ଆଗରୁ ଦେଇଥିବା କଥା ଭୁଲି ପୁଣି ଆରମ୍ଭ କରିଛି ନିଜ କ୍ରୁରପଣ । ତାଲିବାନୀ ବନ୍ଧୁକଧାରୀମାନେ ଆଫଗାନିସ୍ତାନର ଜଣେ ସୈନିକର ମୁଣ୍ଡ କାଟି ନିମର୍ମ ଭାବେ ହତ୍ୟା କରିଛନ୍ତିି ।

ଏହି ହତ୍ୟା ବେଳର ଭିଡିଓରେ ୬ ଜଣ ବନ୍ଧୁକଧାରୀଙ୍କୁ ଦେଖିବାକୁ ମିଳିଥିଲା । ଏହି ବନ୍ଧୁକଧାରୀମାନେ ମୁଜାହୁଦ୍ଦିନର ନାରା ଦେଇଛନ୍ତି । ଏହାସହ ତାଲିବାନର ସର୍ବୋଚ୍ଚ ନେତା ହବିବଦୁଲ୍ଲା ଅଖୁନ୍ଧଜାଦାର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପୀଡିତ ଜଣକ ହେଲେ ଆଫଗାନର ଜଣେ ସୈନିକ । କାରଣ ସେ ସେନା ପୋଷାକ ପିନ୍ଧିଛନ୍ତି । ତେବେ ଏହି ଭିଡିଓଟି ଶନିବାର ସମସ୍ତଙ୍କ ସାମ୍ନାକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ