Masthead

ତାଲିବାନର କଟାମୁଣ୍ଡ ଭିଡିଓ

କାବୁଲ(ବଡ଼ ଖବର ବ୍ୟୁରୋ):  ବଢିଚାଲିଛି ତାଲବାନର ବର୍ବରତା । କ୍ରୁରତାର ସୀମା ଡେଇଁ ଦେଖାଉଛି କ୍ରୁରପଣ । ପୁଣି ଆଫଗାନରୁ ଆସିଛି ଏକ ଛାତି ଥରା ଘଟଣା । ଜଣେ ଆଫଗାନ ସୈନିକକୁ ନିମର୍ମ ଭାବେ ହତ୍ୟା କରିଛି ତାଲିବାନ । ଆଫଗାନରେ ସରକାର ଗଢିବା ପରେ ମନମୁଖୀ ଶାସନ ଚଳାଉଛି ତାଲିବାନ । ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ସେମାନଙ୍କ ଅଧିକାର ଓ ସ୍ୱାଧୀନତାକୁ ପାଦରେ ଦଳିମକଚି ଦେଇଛି ।

ତେବେ ତାଲିବାନ ମାନେ ଜଣେ ଆଫଗାନି ସୈନିକକୁ ହତ୍ୟା କରି ତାଙ୍କ କଟା ମୁଣ୍ଡକୁ ଧରି ଭିଡିଓ ରେକର୍ଡ କରିଛି । ଏହି ଖବର ଏବେ ସମ୍ନାକୁ ଆସିବା ପରେ ତାଲିବାନକୁ ନିନ୍ଦା କରାଯାଇଛି । ଆଗରୁ ଦେଇଥିବା କଥା ଭୁଲି ପୁଣି ଆରମ୍ଭ କରିଛି ନିଜ କ୍ରୁରପଣ । ତାଲିବାନୀ ବନ୍ଧୁକଧାରୀମାନେ ଆଫଗାନିସ୍ତାନର ଜଣେ ସୈନିକର ମୁଣ୍ଡ କାଟି ନିମର୍ମ ଭାବେ ହତ୍ୟା କରିଛନ୍ତିି ।

ଏହି ହତ୍ୟା ବେଳର ଭିଡିଓରେ ୬ ଜଣ ବନ୍ଧୁକଧାରୀଙ୍କୁ ଦେଖିବାକୁ ମିଳିଥିଲା । ଏହି ବନ୍ଧୁକଧାରୀମାନେ ମୁଜାହୁଦ୍ଦିନର ନାରା ଦେଇଛନ୍ତି । ଏହାସହ ତାଲିବାନର ସର୍ବୋଚ୍ଚ ନେତା ହବିବଦୁଲ୍ଲା ଅଖୁନ୍ଧଜାଦାର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପୀଡିତ ଜଣକ ହେଲେ ଆଫଗାନର ଜଣେ ସୈନିକ । କାରଣ ସେ ସେନା ପୋଷାକ ପିନ୍ଧିଛନ୍ତି । ତେବେ ଏହି ଭିଡିଓଟି ଶନିବାର ସମସ୍ତଙ୍କ ସାମ୍ନାକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ