Masthead

ବିଜେପିରେ ମିଶିଲେ ଜୈଲ ସିଂହଙ୍କ ନାତି ଇନ୍ଦରଜିତ ସିଂହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିରେ ମିଶିଲେ ଦେଶର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ନାତି ଇନ୍ଦରଜିତ ସିଂହ । ଜେଜେ ଜ୍ଞାନୀ ଜୈଲ ସିଂହଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ବିଜେପିରେ ମିଶିଥିବା କହିଛନ୍ତି । ତେବେ ତାଙ୍କୁ ଦଳକୁ ସ୍ୱାଗତ କରି ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ କହିଛନ୍ତି, ଏହି ଘଟଣା ଦଳ ପଞ୍ଚବାସୀଙ୍କ ହୃଦୟରେ କେମିତି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ସେ କଥାକୁ ଦର୍ଶାଉଛି ।

ଇନ୍ଦରଜିତ ସିଂହ କହିଛନ୍ତି, କଂଗ୍ରେସ ମୋ ଜେଜେ ବାପାଙ୍କ ସହ ଉଚିତ ବ୍ୟବହାର କରିନଥିଲା । ମୋ ଜେଜେ ବାପା ସବୁବେଳେ ଚାହୁଁଥିଲେ ମୁଁ ବିଜେପିରେ ଯୋଗ ଦିଏ । ସେ ମୋତେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଓ ବିଜେପିର ମହାନ ନେତା ଲାଲ କୃଷ୍ଣ ଆଡଭାନୀଙ୍କ ସହ ପରିଚୟ କରାଇଦେଇଥିଲେ । ସେ ଆହୁରି କହିଛନ୍ତି ଯେ, ଆଜି ମୋ ଜେଜେ ବାପାଙ୍କ ସ୍ୱପ୍ନ ପୂରଣ ହୋଇଛି।

ସେ ଦୁଖଃପ୍ରକାଶ କରି କହିଛନ୍ତି, ଆପଣମାନେ ଜାଣିଥିବେ କଂଗ୍ରେସ ମୋ ଜେଜେ ବାପାଙ୍କ ସହ କେମିତି ବ୍ୟବହାର କରିଥିଲା । ସେ ଦଳ ପାଇଁ ବହୁତ କିଛି କରିଥିଲେ । ହେଲେ ଦଳ ତାଙ୍କ ସହ ବହୁତ ଖରାପ ବ୍ୟବହାର କରିଥିଲା । ତାଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁଁ ହୋଇନଥିଲା ନା ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ଥିଲା, ସେ କଥା ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ସୂଚନା ଅନୁସାରେ,୧୯୮୨ରୁ ୧୯୮୭ ଯାଏ ଜ୍ଞାନୀ ଜୈଲ ସିଂହ ଦେଶର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ