ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

(ବଡ଼ ଖବର ବ୍ୟୁରୋ): ଧାର୍ଯ୍ୟ ସମୟର ୨୪ଘଣ୍ଟା ପୂର୍ବରୁ ଆମେରିକା ସେନା ଦେଶ ଛାଡ଼ିବା ପରେ କାବୁଲ୍ ଏୟାରପୋର୍ଟକୁ ଦଖଲକୁ ନେଇଛି ତାଲିବାନ । କାବୁଲ ଏୟାରପୋର୍ଟ ଦଖଲ ପରେ ସେଲିବ୍ରେସନ କରିଛି ତାଲିବାନ ଗୋଷ୍ଠୀ । ଆକାଶକୁ ବ୍ଳାଙ୍କ ଫାୟାରିଂ କରି ସେଲିବ୍ରେସନ କରୁଛି ତାଲିବାନ । ଆମେରିକା ସେନାଙ୍କ ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ପ୍ରଥମ ଆଲୋଚନା କଲା ଭାରତ । ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ।

ଆଫଗାନିସ୍ତାନରୁ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ପରେ ତାଲିବାନ ସହ ପ୍ରଥମ କରି କୂଟନୈତିକ ଆଲୋଚନା କରିଛି ଭାରତ । କାବୁଲରେ ଏବେ ବି ୫୦ରୁ ଅଧିକ ଭାରତୀୟ ରହିଛନ୍ତି । ସେମାନଙ୍କ ଉଦ୍ଧାର ନେଇ ତାଲିବାନ ସହ ଆଲୋଚନା କରିଛି ଭାରତ । କତାର ରାଜଧାନୀ ଦୋହାରେ ତାଲିବାନୀ ନେତାଙ୍କୁ ଭେଟିଛନ୍ତି । ଏହି ବୈଠକରେ ଫସିରହିଥିବା ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର କରିବା ଉପରେ ଆଲୋଚନା କରାଯାଇଛି ।

କାବୁଲରୁ ଉଡାଣ ଉପରେ ତାଲିବାନ କଟକଣା ଲଗାଇବା ପରେ କାବୁଲ ବିମାନ ବନ୍ଦରରେ ମୁତୟନ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ ଜେ ବିମାନ ଭାରତ ଫେରିଆସିଛି । ତେବେ ଭାରତୀୟଙ୍କ ଉଦ୍ଧାର ନେଇ ତାଲିବାନ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ