Masthead

ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

(ବଡ଼ ଖବର ବ୍ୟୁରୋ): ଧାର୍ଯ୍ୟ ସମୟର ୨୪ଘଣ୍ଟା ପୂର୍ବରୁ ଆମେରିକା ସେନା ଦେଶ ଛାଡ଼ିବା ପରେ କାବୁଲ୍ ଏୟାରପୋର୍ଟକୁ ଦଖଲକୁ ନେଇଛି ତାଲିବାନ । କାବୁଲ ଏୟାରପୋର୍ଟ ଦଖଲ ପରେ ସେଲିବ୍ରେସନ କରିଛି ତାଲିବାନ ଗୋଷ୍ଠୀ । ଆକାଶକୁ ବ୍ଳାଙ୍କ ଫାୟାରିଂ କରି ସେଲିବ୍ରେସନ କରୁଛି ତାଲିବାନ । ଆମେରିକା ସେନାଙ୍କ ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ପ୍ରଥମ ଆଲୋଚନା କଲା ଭାରତ । ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ।

ଆଫଗାନିସ୍ତାନରୁ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ପରେ ତାଲିବାନ ସହ ପ୍ରଥମ କରି କୂଟନୈତିକ ଆଲୋଚନା କରିଛି ଭାରତ । କାବୁଲରେ ଏବେ ବି ୫୦ରୁ ଅଧିକ ଭାରତୀୟ ରହିଛନ୍ତି । ସେମାନଙ୍କ ଉଦ୍ଧାର ନେଇ ତାଲିବାନ ସହ ଆଲୋଚନା କରିଛି ଭାରତ । କତାର ରାଜଧାନୀ ଦୋହାରେ ତାଲିବାନୀ ନେତାଙ୍କୁ ଭେଟିଛନ୍ତି । ଏହି ବୈଠକରେ ଫସିରହିଥିବା ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର କରିବା ଉପରେ ଆଲୋଚନା କରାଯାଇଛି ।

କାବୁଲରୁ ଉଡାଣ ଉପରେ ତାଲିବାନ କଟକଣା ଲଗାଇବା ପରେ କାବୁଲ ବିମାନ ବନ୍ଦରରେ ମୁତୟନ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ ଜେ ବିମାନ ଭାରତ ଫେରିଆସିଛି । ତେବେ ଭାରତୀୟଙ୍କ ଉଦ୍ଧାର ନେଇ ତାଲିବାନ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ