Masthead

ୟେଦୁରପ୍ପାଙ୍କ ଯାତ୍ରାରେ ବିଜେପି ଭୟଭୀତ କାହିଁକି?

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକର ବହୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିଏସ ୟେଦୁରପ୍ପା । କର୍ଣ୍ଣାଟକ ବିଜେପିରେ ୟେଦୁରପ୍ପାଙ୍କୁ ପିତାମହ ଭୀଷ୍ମ କହିଲେ କିଛି ଭୁଲ ହେବ ନାହିଁ । କାହିଁକିନା କର୍ଣ୍ଣାଟକରେ ବିଜେପିକୁ ଶକ୍ତିଶାଳୀ କରିବା ପଛରେ ୟେଦୁରପ୍ପାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ଦଳୀୟ ପାର୍ଟିର ଦବଦବା ଯେତେବେଳେ ଅଧିକ ଥିଲା, ସେତେବେଳେ ୟେଦୁରପ୍ପା ଭିଡ଼ ଠାରୁ ଦୂରକୁ ଯାଇ ବିଜେପିକୁ ସମର୍ଥନ କରିଥିଲେ । ହେଲେ କିଛି ଦିନ ପୂର୍ବରୁ ୟେଦୁରପ୍ପାଙ୍କ ସହ ଯାହା ଘଟିଛି ତାହା କାହାକୁ ଅଛପା ! ଏହା ମଧ୍ୟରେ ୟେଦୁରପ୍ପାଙ୍କ ଯାତ୍ରାରେ ବିଜେପି ଭୟଭୀତ ହେଉଥିବାର କଥା ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ବିଏସ ୟେଦୁରପ୍ପା ସମ୍ପୂର୍ଣ୍ଣ କର୍ଣ୍ଣାଟକର ଯାତ୍ରା ଆରମ୍ଭ କରିଛନ୍ତି ।

ଏହା ପୂର୍ବରୁ ୟେଦୁରପ୍ପା ବିଜେପି ବିରୋଧରେ କୌଣସି ବୟାନ ଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏବଂ କଂଗ୍ରେସକୁ ଟାର୍ଗେଟ କରିବା ଏହି ରାଲିର ମୂଳ ଉଦ୍ଦେଶ୍ୟ ବୋଲି ୟେଦୁରପ୍ପା କହିଛନ୍ତି । ହେଲେ ଏକଥାକୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ସହଜରେ ହଜମ କରିପାରୁ ନାହାଁନ୍ତି । ଯାତ୍ରା ସମୟରେ ପାର୍ଟିକୁ ନେଇ ୟେଦୁରପ୍ପାଙ୍କ ମନ୍ତବ୍ୟ ଉପରେ ରହିଛି ସମସ୍ତଙ୍କର ନଜର । ଦଳକୁ ନେଇ କାଳେ କିଛି କହିଦେବେ କି? ତାଙ୍କ ପାଇଁ କର୍ଣ୍ଣାଟକରେ ବିଜେପି ଦୁର୍ବଳ ହୋଇଯିବ କି? ଏଭଳି ଅନେକ ପ୍ରଶ୍ନ ବରିଷ୍ଠ ନେତାମାନଙ୍କ ମନରେ ଉଙ୍କି ମାରୁଥିବାର କଥା ସାମ୍ନାକୁ ଆସିଛି । ଅପରପକ୍ଷରେ ଦଳ ଉପରେ ବର୍ତ୍ତମାନ ସୁଦ୍ଧା ୟେଦୁରପ୍ପା ଅଭିମାନ କରିଥିବାର ସୂଚନା ମିଳିଛି । କାରଣ ବର୍ତ୍ତମାନ ସୁଦ୍ଧା ଦଳ ତାଙ୍କୁ କୌଣସି ପଦରେ ରଖି ନାହିଁ ।

ଏହା ଛଡ଼ା ୟେଦୁରପ୍ପାଙ୍କ ଏହି ଯାତ୍ରାରେ ତାଙ୍କ ପୁଅ ବିଜେନ୍ଦ୍ରଙ୍କ ପାଇଁ ରାଜନୈତିକ ରାସ୍ତା ଖୋଲୁନାହାଁନ୍ତି ତ! ନା ତାଙ୍କର ଯାତ୍ରା ଫଳରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ବିରୋଧରେ ଲୋକଙ୍କୁ ଏକଜୁଟ କରିବାର ଏହା ପ୍ରୟାସ! ଏପରି ଅନେକ କଥା ବିଜେପି ଅନୁମାନ କରାଯାଇଥିବାର ସୂଚନା ମିଳିଛି । ଏଇଠି ପ୍ରଶ୍ନ ଉଠୁଛି ବିଜେପି କାହିଁକି ୟେଦୁରପ୍ପାଙ୍କୁ ଡ଼ରୁଛି ? ଏହା କଣ ଦୀର୍ଘ ବର୍ଷ ଧରି ଦଳରେ କାମ କରିବାର ଫଳ !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼