Masthead

ଡକାୟତି ଉଦ୍ୟମ ପଣ୍ଡ: ୪ ଗିରଫ, ଜଣେ ଫେରାର

ବୋମା, ପିସ୍ତଲ ଓ ଖଣ୍ଡା ଜବତ

ଆସିକା (ବଡ଼ ଖବର ବ୍ୟୁରୋ): ଆସିକା ଥାନା ଚାରିମାଇଲି ନିକଟ ଦାଶନାପଲ୍ଲୀ ବିଶ୍ରାମଗାର ଭୋର ସକାଳୁ ଏକ ବଡ଼ଧରଣ ଡକାୟତି ଉଦ୍ୟମକୁ ଆସିକା ପୋଲିସ ପଣ୍ଡ କରିଛି । ଘଟଣା ସ୍ଥଳରୁ ଆସିକା ପୋଲିସ ୪ଜଣକୁ ଗିରଫ କରିଥିବା ବେଳେ ମୁଖ୍ୟ ମାଷ୍ଟରମାଇଣ୍ଡ ଘଟଣା ସ୍ଥଳରୁ ଫେରାର ହୋଇଥିବା ଆସିକା ଏସଡିପିଓ ଉମାଚରଣ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଆସିକା କଲେଜ ଛକର ଅନନ୍ତ ନାରାୟଣ ପଟ୍ଟନାୟକ, କବିସୂର୍ୟ୍ୟନଗର ଥାନା ବାଲିଛାଇ ଫାଣ୍ଡି ଇଲାକାର ବିପିନ ଜେନା, ସାହାସପୁର ଗ୍ରାମର ସତ୍ୟ ପାତ୍ର, ଧରାକୋଟର କୁନା ସ୍ବାଇଁ ପୋଲିସ ଦ୍ବାରା ଗିରଫ ହୋଇ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ଆସିକା କଲେଜ ଛକ କୋଟିବାଡିର ସୂର୍ୟ୍ୟ ପାତ୍ର ଫେରାର ରହିଛି ।

ସେମାନଙ୍କ ନିକଟରୁ ପୋଲିସ ୫ଟି ଜୀବନ୍ତ ବୋମା, ଗୋଟିଏ ପିସ୍ତଲ,୨ଟି ୭.୬୫ ଏମଏମ ଜୀବନ୍ତ କାଟ୍ରିଜ, ୪ଟି କଳା ମାସ୍କ, ଗୋଟିଏ ଚିଲି ପାଉଡର ପ୍ୟାକେଟ, ୩ଟି ଧାରୁଆ ଖଣ୍ଡା, ୨ଟି ମୋଟର ଚେନ ଦ୍ବାରା ନିର୍ମିତ ମାରଣାସ୍ତ୍ର ଏବଂ ୨ଟି ମୋଟର ସାଇକେଲ ଜବତ କରିଛି । ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ଆସିକା ଏସଡିପିଓ ଉମା ଶଙ୍କର ସିଂ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା