Masthead

ଥାନା ଭିତରେ ଲମ୍ପଟ ସ୍ୱାମୀ, ଥାନା ବାହାରେ ଗୁମୁରି କାନ୍ଦୁଛି ସ୍ତ୍ରୀ

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ): ପ୍ରେମ , ପ୍ରତାରଣା ଫେରାରର ରୋଚକ କାହାଣି । ଭୁବନେଶ୍ୱରେ କିଡନାପ , ମଧ୍ୟପ୍ରଦେଶରୁ ରେସକ୍ୟୁ । ବହୁ ଚର୍ଚ୍ଚିତ ପତିତପାବନ ପୃଷ୍ଟି ଅପହରଣ ମାମଲାରୁ ପରଦା ହଟାଇଛି ପୋଲିସ। ଉଭୟ ପ୍ରେମି ଯୁଗଳକୁ ଓଡ଼ିଶା ଆଣି ଗିରଫ କରିଛି କମିଶନରେଟ ପୋଲିସ । ସେପଟେ ଚିକର ସ୍ତ୍ରୀ କହିଛି ମୋ ସ୍ୱାମୀ ମୋତେ ଦରକାର । ଏବେ କାହାର ହେବ ଚିକୁ ତାକୁ ନେଇ ଉଠିଛି ପ୍ରଶ୍ନ ?

ଥାନା ଭିତରେ ଲମ୍ପଟ ସ୍ୱାମୀ, ଥାନା ବାହାରେ ଗୁମୁରି କାନ୍ଦୁଛି ସ୍ତ୍ରୀ । ଆମେ କହୁଛୁ ସ୍ତ୍ରୀ ସହ ପ୍ରତାରାଣା କରି ପ୍ରେମିକା ସହ ଚମ୍ପଟ ମାରିଥିବା ଲମ୍ପଟ ସ୍ୱାମୀ ପତିତପାବନ ପୃଷ୍ଟି ଓରଫ ଚିକୁ କଥା । ସ୍ତ୍ରୀକୁ ଛାଡି ପ୍ରେମିକା ସହ ଫେରାର ହେବାକୁ ମିଛ କଡନାପର ନାଟକ ରଚିଥିଲା ଚିକୁ । କିନ୍ତୁ ନିଜ ଚାଲରେ ନିଜେ ଫସିଗଲା । ପ୍ରେମିକା ସହ ଚିକିକୁ ମଧ୍ୟପ୍ରଦେଶରୁ ଧରିବା ପରେ ଆଜି ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ସେପଟେ ଲମ୍ପଟ ସ୍ୱାମୀ ଥାନାରେ ପହଁଚିବା ପରେ ବୟାନ ଦେବାକୁ ଥାନାକୁ ଆସିଥିଲେ ।

ଚଲାଗ ଚିକୁ । ଘରେ ଭଲପାଇ ବାହା ହୋଇଥିବା ସ୍ତ୍ରୀ ସହ ଛଳନା କରି ଅନ୍ୟ ଜଣେ ଯୁବତୀଙ୍କ ସହ ଫେରାର ହେବାକୁ ରଚିଥିଲା ମିଛ କିଡନାପର ନାଟକ । ସ୍ତ୍ରୀକୁ ଅଡିଓ ମେସେଜ କରି ତାକୁ କେହି ଛୁରୀ ଭୁଷି ଅପହରଣ କରି ନେଇ ଯାଉଥିବା କହି ଗୋପ ଅଞ୍ଚଳର ଯୁବତୀଙ୍କ ସହ ଫେରାର ହେବାକୁ ରଚିଥିଲା ଏହି ମାଷ୍ଟର ପ୍ଲାନ । ଭାବିଥିଲା ଧନ ଧନ ଡାକି ସ୍ତ୍ରୀ ସରଳତରା ସୁଯୋଗ ଉଠାଇବ, ପ୍ରେମିକା ସହ ସଂସାର କରିବ । କିନ୍ତୁ ସବୁ ଚାଲ ଫସର ଫାଟିଯାଇଥିଲା । ଭୁବନେଶ୍ୱରରେ କିଡନାପ ନାଟକ ରଚି ରାଜ୍ୟ ବାହାରକୁ ଫେରାର ହେଇଥିଲା ଚିକୁ । କିନ୍ତୁ ପୋଲିସ ଜାଲରେ ଧରା ପଡ଼ି ଯାଇଥିଲା ଚିକୁର ସବୁ ଚାଲ ।

ପ୍ରେମ ପ୍ରତାରଣା,ଫେରାରର ରୋଚକ କାହାଣୀ । ଭଲପାଇ ବାହା ହୋଇଥିଲା କିନ୍ତୁ ସେଥିରେ ଖୁସି ନଥିଲା ଚିକୁ। ଅନ୍ୟ ଝିଅ ସହ ଫେରା ହେବାକୁ ରଚିଥିଲା ମାଷ୍ଟର ପ୍ଲାନ । କିନ୍ତୁ ପୋଲିସ ଆଗରେ କାମ କଲାନି ଚିକୁର ଚାଲ । ଦୁହିଁଙ୍କୁ ଓଡ଼ିଶା ଆଣିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍