Masthead

ବଢ଼ିବନି ମୂର୍ତ୍ତି ଉଚ୍ଚତା: ହାଇକୋର୍ଟ

କଟକ(ବଡ଼ ଖବର ବ୍ୟୁରୋ): ମୂର୍ତ୍ତି ଉଚ୍ଚତା ଆବେଦନ ଖାରଜ । ଆବେଦନ ଖାରଜ କଲେ ହାଇକୋର୍ଟ ।ବାଲୁବଜାର ପୂଜା କମିଟର ଆବେଦନ ଖାରଜ । ମୂର୍ତ୍ତି ଉଚ୍ଚତା ସହ ପୂଜାର ସଂପର୍କ ନାହିଁ ବୋଲି କହିଲେ କୋର୍ଟ । ମହାମାରୀ ବେଳେ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ନିଷ୍ପତ୍ତିରେ ହାଇକୋର୍ଟ ହସ୍ତକ୍ଷେପ କରିବନି । କେବଳ ଗୋଟିଏ ପୂଜା ମଣ୍ଡପକୁ ଅନୁମତି ଦେଇ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଗତବର୍ଷ ଏକ ମାସ ଆଗରୁ ମୂର୍ତ୍ତି ନିର୍ମାଣ ହୋଇସାରିଥିଲା । ତେଣୁ ୯ ପୂଜା ମଣ୍ଡପରେ ମୂର୍ତ୍ତି ବଡ଼ କରିବା ଲାଗି ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ସେଭଳି ଅବସ୍ଥା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଥିଲା ଏବଂ ପୂର୍ବବତ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ବାଲୁ ବଜାର ପୂଜା କମିଟି ତରଫରୁ ଦାୟର ହୋଇଥିବା ପିଟିସନରେ ଗତ ଅଗଷ୍ଟ ୯ ତାରିଖରେ ଏସଆରସି ଜାରି କରିଥିବା ବିଜ୍ଞପ୍ତିର କ୍ଲଜ୍ ୪କୁ ମୁଖ୍ୟତଃ ଚ୍ୟାଲେଞ୍ଜ କରାଯାଇଥିଲା ।

ଗୁରୁବାର ମାମଲାର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ । ଗତବର୍ଷ ମଧ୍ୟ ହାଇକୋର୍ଟରେ ମାମଲା ଦାୟର କରିଥିଲା ବାଲୁ ବଜାର ଦୁର୍ଗା ପୂଜା କମିଟି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ୭ଟି କମିଟି ଉଚ୍ଚ ମୂର୍ତ୍ତି କରିଥିବା ବେଳେ ଅନ୍ୟ କମିଟି ୪ ଫୁଟର ମୂର୍ତ୍ତି ନିର୍ମାଣ କରି ପୂଜା କରିଥିଲେ । ଅଗଷ୍ଟ ୯ ତାରିଖରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ଵାରା ଜାରି ଅନ୍ୟ ସମସ୍ତ ଗାଇଡ଼ଲାଇନକୁ ମାନି ପୂଜା କରିବାରେ କୌଣସି ସମସ୍ୟା ନଥିବା ବାଲୁ ବଜାର ଦୁର୍ଗାପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦର୍ଶାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି