Masthead

ଅସରପା କେବେ ଠୁ ଚଢ଼େଇ ହେଲାଣି: ଭର୍ତ୍ତୃହରି ମହତାବ

କଟକ (ବଡ଼ ଖବର ବ୍ୟୁରୋ): ପୁଣି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ କଟକ ଆସନ ପାଇଁ ବିଜେପି ସାଂସଦ ପାର୍ଥୀ ଭର୍ତ୍ତୃହରି ମହତାବଙ୍କ କଥା କଟାକଟି। ଭର୍ତ୍ତୃହରିଙ୍କୁ ଟାର୍ଗେଟ୍ କରି ଦେବାଶିଷ କହିଛନ୍ତି ଯେ, ଆଗରୁ ଯିଏ ସାଂସଦ ଥିଲେ ତାଙ୍କୁ ଲୋକ ଦେଖୁନଥିଲେ। ସେ ଦଳ ଉପରେ ନାଉ ହୋଇ ନିର୍ବାଚନ ଜିତୁଥିଲେ। ଅନ୍ୟପକ୍ଷରେ ଦେବାଶିଷଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି ଭର୍ତ୍ତୃହରି ମହତାବ। ୨୦୦୯ରେ ଦେବାଶିଷ ସାମନ୍ତରାୟ କେଉଁଠି ଥିଲେ, ସେ କାହା ଉପରେ ନାଉ ହେଉଥିଲେ ବୋଲି ପଚାରିଛନ୍ତି ଭର୍ତ୍ତୃହରି । ଖାଲି ସେତିକି ନୁହେଁ ଅସରପା କେବେ ଠୁ ଚଢ଼େଇ ହେଲାଣି ବୋଲି ସେ କଟାକ୍ଷ କରିଛନ୍ତି।

ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ହୁଅନ୍ତୁ କିମ୍ବା ପୋଲିସ ଡିଜି। ଏଠି କାହାର ଗୁରୁତ୍ଵ ନାହିଁ। ଜନସାଧାରଣ ଯାହାଙ୍କୁ ଦେଖି ଭୋଟ ଦିଅନ୍ତି ସେ କିଛି ଜାଣନ୍ତି ନାହିଁ। ଏଠି ଜଣେ ବ୍ୟକ୍ତିଙ୍କ ନିକଟରେ କ୍ଷମତା ସୀମିତ ରହିଛି। କଟକ ଲୋକସଭାରେ ମୁଁ ନିର୍ବାଚନ ଲଢିବା ପାଇଁ ଆସିନାହିଁ। ରାଜ୍ୟରେ ସରକାର ପରିବର୍ତ୍ତନ କରିବା ପାଇଁ ମୁଁ ନିର୍ବାଚନ ଲଢ଼ୁଛି ବୋଲି କହିଛନ୍ତି କଟକ ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ।

୨୬ ନମ୍ବର ୱାର୍ଡ ବିଜେପି କର୍ପୋରେଟର ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଗଗନ ଓଝାଙ୍କ ନେତୃତ୍ୱରେ ଆୟୋଜିତ ବିଜେପି ଯୁବ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ସମୟରେ ଏହା କହିଛନ୍ତି ଭର୍ତ୍ତୃହରି। ଏହା ସହ ଓଡ଼ିଆ, ଓଡ଼ିଆଙ୍କ ସ୍ୱାଭିମାନ, ଓଡ଼ିଆଙ୍କ ଅସ୍ମିତା ପାଇଁ ଏହି ନିର୍ବାଚନ ସେ ଲଢ଼ୁଛନ୍ତି ବୋଲି କହିଛନ୍ତି। ନୂଆ ଓଡ଼ିଶା ଗଢ଼ିବା ପାଇଁ ସମସ୍ତଙ୍କୁ ଏକାଠି ହେବା ପାଇଁ ଆହ୍ବାନ ମଧ୍ୟ ସେ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅବ କି ବାର୍ ୪୦୦ ପାର ପୂରଣ ସହ ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ସବୁ ଯୁବବର୍ଗ ଏହି ସଂକଳ୍ପ ସମାବେଶରେ ସଂକଳ୍ପ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଜେପି ଯୁବ ମୋର୍ଚ୍ଚାର ଶତାଧିକ ବିଜେପି ଯୁବ ନେତା ଓ କର୍ମୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଲକ୍ଷ୍ମୀଧର ପ୍ରଧାନ, ବିଜେପି କର୍ପୋରେଟର ଦୀପକ ଦାସ ଓ ଲକ୍ଷ୍ମୀଧର ବେହେରାଙ୍କ ମହିଳା ମୋର୍ଚ୍ଚା ନେତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା