Masthead

ସିଦ୍ଧୁ ପଞ୍ଜାବର ରାକ୍ଷୀ ସାୱନ୍ତ: ରାଘବ ଚଢା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏ ନେଇ ନିର୍ବାଚନ ପୂର୍ବରୁ ରାଜନୀତିକ ବାତାବରଣ ସରଗରମ ହୋଇ ଉଠିଛି । କ୍ଷମତା ହାସଲ ପାଇଁ ନେତାମାନଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହେଉଛି । ଏହାରି ଭିତରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଦିଲ୍ଲୀରେ କ୍ଷମାତାସୀନ ଆପ୍ ଟାର୍ଗେଟ କରିଛି ।

ଆପ ପକ୍ଷରୁ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କୁହାଯାଇଛି । ତେବେ ସିଦ୍ଧୁ ଏଥିରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସରକାର କୃଷି ଆଇନକୁ ନେଇ ଦୋମୁହାଁ ନୀତି ଆପଣାଉଛନ୍ତି । ତେବେ ଏପଟେ ଆପର ବିଧାୟକ ରାଘବ ଚଡ୍ଡା କହିଛନ୍ତି, ପଞ୍ଜାବ ରାଜନୀତିରେ ସିଦ୍ଧୁ ହେଉଛନ୍ତି ରାକ୍ଷୀ ସାୱାନ୍ତ । ସେ କ୍ୟାପ୍ଟେନ ଅମରିନ୍ଦ ସିଂହଙ୍କୁ କ୍ରମାଗତ ଭାବେ ସମାଲୋଚନା କରିବା ପରେ କଂଗ୍ରେସ ହାଇକମାଣ୍ଡଙ୍କ କ୍ରୋଧର ଶିକାର ହୋଇଥିଲେ । ତେବେ ସୂଚନା ଅନୁସାରେ ଏହାର କିଛି ସମୟ ପୂର୍ବରୁ ସିଦ୍ଧୁ ନିଜର ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ କୃଷି ଆଇନକୁ ନେଇ କେଜ୍ରିୱାଲ ଓ ତାଙ୍କ ସରକାରଙ୍କୁ ସେ ସମାଲୋଚନା କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’?