Masthead

ସିଦ୍ଧୁ ପଞ୍ଜାବର ରାକ୍ଷୀ ସାୱନ୍ତ: ରାଘବ ଚଢା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏ ନେଇ ନିର୍ବାଚନ ପୂର୍ବରୁ ରାଜନୀତିକ ବାତାବରଣ ସରଗରମ ହୋଇ ଉଠିଛି । କ୍ଷମତା ହାସଲ ପାଇଁ ନେତାମାନଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହେଉଛି । ଏହାରି ଭିତରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଦିଲ୍ଲୀରେ କ୍ଷମାତାସୀନ ଆପ୍ ଟାର୍ଗେଟ କରିଛି ।

ଆପ ପକ୍ଷରୁ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କୁହାଯାଇଛି । ତେବେ ସିଦ୍ଧୁ ଏଥିରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସରକାର କୃଷି ଆଇନକୁ ନେଇ ଦୋମୁହାଁ ନୀତି ଆପଣାଉଛନ୍ତି । ତେବେ ଏପଟେ ଆପର ବିଧାୟକ ରାଘବ ଚଡ୍ଡା କହିଛନ୍ତି, ପଞ୍ଜାବ ରାଜନୀତିରେ ସିଦ୍ଧୁ ହେଉଛନ୍ତି ରାକ୍ଷୀ ସାୱାନ୍ତ । ସେ କ୍ୟାପ୍ଟେନ ଅମରିନ୍ଦ ସିଂହଙ୍କୁ କ୍ରମାଗତ ଭାବେ ସମାଲୋଚନା କରିବା ପରେ କଂଗ୍ରେସ ହାଇକମାଣ୍ଡଙ୍କ କ୍ରୋଧର ଶିକାର ହୋଇଥିଲେ । ତେବେ ସୂଚନା ଅନୁସାରେ ଏହାର କିଛି ସମୟ ପୂର୍ବରୁ ସିଦ୍ଧୁ ନିଜର ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ କୃଷି ଆଇନକୁ ନେଇ କେଜ୍ରିୱାଲ ଓ ତାଙ୍କ ସରକାରଙ୍କୁ ସେ ସମାଲୋଚନା କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’