Masthead

‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା । ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନାରାବାଜି । ସେପଟେ  ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର । ନକଲି ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ ପୋଲିସରେ ମାମଲା । ପନିର ଓ ଛେନା ପାଇଁ ସାରା ରାଜ୍ୟ ରେ ହୋଇଥିଲା ୧୮ ଟି ସ୍ୱତନ୍ତ୍ର ଡ୍ରାଇଭ । ଚଢ଼ାଉ କରି କଟକ ରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ସେହିପରି ନିଆଳିରେ ଚଢ଼ାଉ କରି ଅପମିଶ୍ରିତକାରୀଙ୍କ ଉପରେ BNS  ଧାରା ୨୭୫ରେ  ଏତଲା କରାଯାଇଛି । ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ ଦୁଇ ବର୍ଷ ରେ ୯୫ ଲକ୍ଷ ୯୧ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଉଛି ।

ମୋଟ ୪୧୩ ଟି ମାମଲା ରୁଜୁ କରାଯାଇଛି । ୭୩୯୨ଟି ଲିଗାଲ ସାମ୍ପୁଲ କଲେକ୍ସନ କରାଯାଇଛି । ବିଏମସି, ସିଏମସି ଓ ଅନ୍ୟ ସ୍ଥାନରେ ଚଢ଼ାଉ ହୋଇଛି । କେବଳ ଭୁବନେଶ୍ୱରରେ ୨୮୧୦ଟି ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ୬୨୧ ଟି ଲିଗାଲ ସାମ୍ପୁଲ । ସ୍ଵଗି, ବ୍ଲିଙ୍କକିଟ, ଜୁମାଟୋ ଏବଂ କେଏଫସି ଭଳି ଘରକୁ ଡେଲିଭରୀ ଦେଉଥିବା ଖାଦ୍ୟ ସଂସ୍ଥା ମାନଙ୍କରେ ବି ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ ହେଉଛି । ତା ସହ ମୋମୋ ଭଳି ଖାଦ୍ୟ ପଦାର୍ଥକୁ ଅନୁଧ୍ୟାନ କରି ବ୍ୟବସାୟୀଙ୍କ ବିରୋଧରେ ଆକ୍ସନ ନିଆଯାଉଛି । ଯେଉଁ ମାନେ ଖାଦ୍ୟ ପଦାର୍ଥକୁ ବିଶୁଦ୍ଧ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି