ସୋର (ବଡ଼ ଖବର ବ୍ୟୁରୋ): ସୋର ବ୍ଲକରେ ବନ୍ୟା ସ୍ଥିତି । ୧୨ ରୁଅଧିକ ଗାଁ କୁ ପଶିଲା ବନ୍ୟା ଜଳ । ଗାଁ କୁ ଯିବା ଆସିବା ଠପ । ଲଘୁଚାପ ଜନିତ ଲଗାଣ ବର୍ଷା ରେ ବେହାଲ ସୋର ବ୍ଲକ । ସୋର ବ୍ଲକର ତଳନଗର ପଂଚାୟତ ସବିରା, ସୁନାରି, ଚାଳିଶିମାଡ, ଚାଉଳିଆ ବିଭିନ୍ନ ଗାଁ ଏବେ ଜଳ ମଗ୍ନ । ଯୁଆଡେ ଚାହିଁବ ପାଣି । ତଳନଗର, ସବିରା ପଂଚାୟତରେ ପାଣି ବଢିବାରୁ ୧୨ ରୁ ଅଧିକ ଗାଁ ଯିବା ଆସିବା ସମ୍ପୂଣ ଠପ ହୋଇଛି ।
୧୯୯୯ ମସିହା ପରେ ଏବେ ପୁଣି ସେହି ପରି ବଡ଼ ବନ୍ୟା ଜଳ ଗାଁ କୁ ପ୍ରବେଶ କରିଛି,ରାସ୍ତା ଉପରେ ଅଣ୍ଟାଏ ଅଣ୍ଟାଏ ପାଣି । ସବିରା, ତଳନଗର, ତେଣ୍ଟେଇ, ସାଜନପୁର ପଂଚାୟତରେ ବନ୍ୟା ଜଳ ଧୀରେ ଧୀରେ ବଢୁଛି । ସବିରା ପଂଚାୟତର ବେଲସବିରା ଗାଁକୁ ଯିବା ଆସିବା ମୁଖ୍ୟ ରାସ୍ତାରେ ଅଣ୍ଟାଏ ଅଣ୍ଟାଏ ପାଣି । ଯିବା ଆସିବା ସମ୍ଭବ ହେଉ ନାହିଁ । ରାତିରେ ପାଣି ଆହୁରି ବଢିବା ନେଇ ଆକଳନ କରିଛନ୍ତି ଅଞ୍ଚଳବାସୀ ।
