ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାର୍ବଣ ଆରମ୍ଭରୁ ସାଧାରଣ ଓ ବ୍ୟବସାୟୀଙ୍କ ଉପରେ ମହଙ୍ଗା ମାଡ଼! ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ସେହିପରି ଦେଶୀ ବିଭିନ୍ନ ସ୍ଥାନରେ ଦର ୬୨.୫୦ ଟଙ୍କାରୁ ୭୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୨୮ଶହ ୧୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ପାଟନାରେ ୭୧.୫୦ ଟଙ୍କା ବୃଦ୍ଧି ହୋଇଛି ଦର । ଚେନ୍ନାଇରେ ସିଲିଣ୍ଡର ପିଛା ଦର ୬୬ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି ଏବଂ ଦର ୨୯ଶହ ୮୩ ଟଙ୍କାରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସର ପ୍ରଥମରୁ ବି ୧୯ କେଜି ଏଲପିଜି ସିଲିଣ୍ଡର ଦର ୯ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା। ଲଗାତର କମର୍ସିଆଲ ଗ୍ୟାସ୍ ଦର ବଢ଼ୁଥିବାରୁ ଏହା ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ କ୍ୟାଟରିଂ କାରବାର ଉପରେ ଭାରି ପଡ଼ିବ। ତେବେ ଆଶ୍ୱସ୍ତିର ବିଷୟ ହେଉଛି, ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।
