Masthead

ମ୍ୟାରେଜ ପରେ ସୁଟିଂକୁ ଫେରିଲେ ଅର୍ଚ୍ଚିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଆ ସିନେ ଜଗତର ନୟୀ ନବେଲି ଦୁଲହନ୍ ଅର୍ଚ୍ଚିତା । ନିଜ ମ୍ୟାରେଜ ପରେ ଏବେ ପୁଣି ଥରେ ବ୍ୟାକ୍ କରିଛନ୍ତି ୱାର୍କ ଲାଇଫକୁ । ସୁଟିଂ ଆରମ୍ଭ କରିଛନ୍ତି ତାଙ୍କ ଅପକମିଙ୍ଗ ମୁଭି ପାଇଁ ।  ସେ ଦେଖିବାକୁ ମିଳିବେ ଆଗାମୀ ଫିଲ୍ମ ‘ଦୁର୍ଗତିନାଶିନୀ-୨’ରେ । କିଛିଦିନ ପୁର୍ବରୁ ଏହାର ପ୍ରଥମ ପାର୍ଟ ରିଲିଜ ହୋଇଥିଲା ଟେଲିଭିଜନରେ । ମୁଭିର ବଡ ସଫଳତା ପରେ ପୁଣି ଥରେ ଏବେ ଏହାର ସକ୍ୱେଲ ଆରମ୍ଭ ହେବାକୁ ଯାଉଛି । ଏଭଳି ଏକ ନାରୀ କୈନ୍ଦ୍ରିକ ଫିଲ୍ମରେ ପୁଣି ଥରେ ଅର୍ଚ୍ଚିତାଙ୍କୁ ଏକ ଦମଦାର କ୍ୟାରେକ୍ଟରରେ ଦେଖିବାକୁ ମିଳିବ ।

ମୁଭିର ଏକ ପୋଷ୍ଟର ଅନୁଯାୟୀ ପ୍ରଥମ ପାର୍ଟ ଭଳି ଦ୍ୱିତୀୟ ପାର୍ଟରେ ମଧ୍ୟ ପୋଲିସ ଅଫିସର ଭୂମିକାରେ ନଜର ଆସିବେ ଅର୍ଚ୍ଚିତା । ଫିଲ୍ମର ନିର୍ଦ୍ଦେଶନା ଅଭିନେତା ଓ ନିର୍ଦ୍ଦେଶକ ଅଶ୍ୱନୀ ତ୍ରିପାଠୀ ଦେଉଥିବା ବେଳେ ଏହାର ପ୍ରଜୋଜନା ଦେଉଛନ୍ତି ଖିରୋଦ ପଟ୍ଟନାୟକ । ତେବେ ଆଗକୁ ଦଶହରାକୁ ଆଖିରେ ରଖି ଏହି ମୁଭି ନିର୍ମାଣ ହେଉଛି । ଚଳିତ ବର୍ଷ ଦଶହରାରେ ଅଚ୍ଚିତାଙ୍କର ଏହି ଦମଦାର ମୁଭି ରିଲିଜ ହେବ ବୋଲି ଶୁଣିବାକୁ ମିଳିଛି । ତେବେ ନିକଟରେ ମୁଭିର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ସେଟର କିଛି ଫଟୋ ମଧ୍ୟ ବେଶ୍ ଭାଇରାଲ ହେଉଛି ସୋସିଆଲ ମିଡିଆରେ । କହିବାକୁ ଗଲେ ମ୍ୟାରେଜ ପରେ ଅର୍ଚ୍ଚିତାଙ୍କର ଏହା ହେଉଛି ପ୍ରଥମ ଫିଲ୍ମ ।

୨୦୨୧ ମାର୍ଚ୍ଚରେ ସେ ଅଭିନେତା ସବ୍ୟସାଚୀଙ୍କୁ ମ୍ୟାରେଜ କରିଥିଲେ । ଏହି ଷ୍ଟାର କପଲଙ୍କୁ ନେଇ ପୂର୍ବରୁ ଅନେକ ଗୁଜବ ଶୁଣିବାକୁ ମିଳୁଥିବା ବେଳେ ଦୁହେଁ ନିଜ ମ୍ୟାରେଜର ଗୋଟିଏ ଦିନ ପୂର୍ବରୁ ହିଁ ଫ୍ୟାନ୍ସଙ୍କୁ ଏହି ଖବର ଜଣାଇଥିଲେ । ରାଜସ୍ଥାନର ଜୟପୁରରେ ଦୁହିଁଙ୍କର ରୟାଲ ୱଡିଂ ସମ୍ପନ୍ନ ହୋଇଥିଲା । ଏହା ପରେ ଦୁହେଁ ଓଡିଶା ଫେରିଥିଲେ । ତେବେ ନିଜ ମ୍ୟାରେଜ ପାଇଁ କିଛି ଦିନ ହେବ ନିଜ ୱାର୍କ ଲାଇଫରୁ ବ୍ରେକ୍ ନେଇଥିଲେ ଅର୍ଚ୍ଚିତା । ଶେଷଥର ପାଇଁ ସେ ସବ୍ୟସାଚାଙ୍କ ସହ ଫିଲ୍ମ ‘ଅଭିମାନ’ରେ ନଜର ଆସିଥିଲେ । ପୂର୍ବଭଳି ଦୁହିଁଙ୍କ ଯୋଡି ମଧ୍ୟ ଏହି ଫିଲ୍ମରେ ସୁପରହିଟ ହୋଇଥିଲା । ବର୍ତ୍ତମାନ ସେ ତାଙ୍କ ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରି ସାରିଛନ୍ତି । ଏବେ ରିଲିଜକୁ ଅପେକ୍ଷା ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ