Masthead

ଛାଡପତ୍ର ପରେ ପୁଣି ଏକାଠି ହେଲେ ଅମିର ଓ କିରଣ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ମିଷ୍ଟର ପରଫେକ୍ସନ ଅମିର ଖାନ୍ । ନିକଟରେ ସେ ତାଙ୍କ ପତ୍ନୀ କିରଣ ରାଓଙ୍କ ଠାରୁ ଛାଡପତ୍ର ନେଇଛନ୍ତି ବୋଲି ଘୋଷଣା କରିଥିଲେ । ଦୁହେଁ ସୋସିଆଲ ମିଡିଆରେ ବି ଏ ନେଇ ଫ୍ୟାନ୍ସଙ୍କୁ ଜଣାଇଥ୍ଲେ । କିନ୍ତୁ ଛାଡପତ୍ର ପରେ ଦୁହେଁ ପୁଣି ଥରେ ଏବେ ଏକାଠି ହୋଇଛନ୍ତି । କହିବାକୁ ଗଲେ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇସାରିଥିଲେ ସୁଦ୍ଧା ସେ ଆଜି ବି ଯେପରି ତାଙ୍କର ଭଲ ବନ୍ଧୁ ହୋଇ ରହିଛନ୍ତି ସେ ପରି ଦ୍ୱୀତିୟ ପତ୍ନୀ କିରଣ ରାଓଙ୍କୁ ଛାଡପତ୍ର ଦେବା ପରେ ମଧ୍ୟ ଉଭୟ ପୁଣି ଏକାଠି ନଜର ଆସିଛନ୍ତି ।

ଏହି ଖବର ଏବେ ବି ଟାଉନରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ଏକ ବନ୍ଧୁଙ୍କ ମ୍ୟାରେଜ ପାର୍ଟିରେ ଯୋଗ ଦେବାକୁ ଦୁହେଁ ଏକାଠି ପହଞ୍ଚିଥିଲେ । କେବଳ ସେତିକି ନୁହେଁ ମ୍ୟାରେଜ ପାର୍ଟିରେ ଦୁହେଁ ଏକାଠି ଫଟୋ ଉଠାଇବା ସହ ପରସ୍ପର ହାତ ଧରି ମଧ୍ୟ ବୁଲିଥିଲେ । ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । ଦୁହିଁଙ୍କର ଫଟୋ ବି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତେବେ ଅମିର ଓ କିରଣଙ୍କର ଛାଡପତ୍ର ପରେ ବି ଅନେକ ସ୍ଥାନରେ ଏହି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ଛାଡପତ୍ରର ମାତ୍ର ତିନି ଚାରି ଦିନ ପରେ ଉଭୟ ଭିଡିଓ କଲରେ ପରସ୍ୱର ହାତ ଧରିଥିବା ନଜର ଆସିଥିଲେ । ଏହା ପରେ ଲଦାଖରେ ଦୁହିଁଙ୍କର ଏକାଠି ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିବା ସହିତ ଦୁହେଁ ଅନେକଥର ଲଞ୍ଚ୍ ଡେଟରେ ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି ।

ତେବେ ଅମିର ଖାନ୍ ୨୦୦୨ରେ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତଙ୍କୁ ଛାଡପତ୍ର ଦେବା ପରେ ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ମ୍ୟାରେଜ ଲାଇଫ୍ ଭଲ ଚାଲୁଥିବା ବେଳେ ହଠାତ୍ ୨୦୨୧ ଜୁଲାଇରେ ଉଭୟ ଫ୍ୟାନ୍ସଙ୍କୁ ଛାଡପତ୍ର ବିଷୟରେ ଜଣାଇଥିଲେ । ଏହା ଶୁଣି ତାଙ୍କ ପ୍ରଶଂସକ ମାନେ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହୋଇଥିଲେ ।

ତେବେ ଅମୀରଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ସେ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘ଲାଲ୍ ସିଂ ଚଢା’ପାଇଁ ବ୍ୟସ୍ତ ରହିଛନ୍ତି । ନିକଟରେ ଏହାର ସୁଟିଂ ସେଟର କିଛି ଫଟୋ ମଧ୍ୟ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ । ଏହି ମୁଭିରେ ଅମୀର ଖାନ୍ ଅଭିନେତ୍ରୀ କରିନାଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ