Masthead

୬୪ ବର୍ଷ ପରେ ବି ଫିଟ୍ ଆଣ୍ଡ୍ ଫାଇନ ଅନିଲ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଝକାସ ହିରୋ ଅନିଲ କପୁର ୬୪ ବର୍ଷ ବୟସ ପରେ ବି ରହିଛନ୍ତି ଖୁବ୍ ଫିଟ୍ ଆଣ୍ଡ୍ ଫାଇନ୍ । ତାଙ୍କୁ ଦେଖିଲେ ଲାଗେ ଯେପରି ସେ ଆଜି ବି ବଡ ପରଦାର ଆଗ ଧାଡିର ନାୟକ ମାନଙ୍କ ଟକ୍କର ଦେବେ । ସେ ଆଜି ବି ତାଙ୍କ ଫିଟନେସ ଏବଂ ଝକାସ ଅନ୍ଦାଜ ପାଇଁ ୟୁଥ୍ ଜେନେରେସନଙ୍କ ଉପରେ ଭାରି ପଡୁଛନ୍ତି । ତାଙ୍କୁ ଦେଖିଲେ ଲାଗେ ଯେମିତି ବୟସ ବଢିବା ସହ ବୟସ ମଧ୍ୟ କମୁଛି ।

ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଅନିଲ କପୁର ଏହି ବୟସରଙ୍କ କିପରି ଏତେ ଫିଟ୍ ରହିଛନ୍ତି । ତାଙ୍କ ଫିଟନେସ୍ ପଛରେ କଣ ରହିଛି ରାଜ୍..?ତେବେ ଆଜିର ସମୟରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି । ସୋସିଆଲ ମଡିଆ ପ୍ଲାଟଫର୍ମ ଗୁଡିକ ଖୁବ୍ ଶକ୍ତିଶାଳୀ ମଧ୍ୟ ହୋଇ ଯାଇଛି । ସମସ୍ତେ ନିଜ ଭାବନାକୁ ସୋସିଆଲ ମିଡିଆ ମାଧ୍ୟମରେ ବି ପ୍ରକାଶ କରୁଛନ୍ତି । ତେବେ ରିସେଣ୍ଟଲି ଅନିଲ କପୁରଙ୍କୁ ବି ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଅରବାଜ ଖାନଙ୍କ ଟକ ସୋରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ଅରବାଜ ତାଙ୍କୁ କହିଥିଲେ ଯେ ଲୋକମାନେ ତାଙ୍କ ଯୌବନର ରହସ୍ୟ ବିଷୟରେ ଜାଣିବାକୁ ଚାହାଁନ୍ତି । ଅରବାଜଙ୍କ ସହ କଥାବାର୍ତ୍ତା ସମୟରେ ଅନିଲ କପୁର ତାଙ୍କୁ ଟ୍ରୋଲ କରୁଥିବା ଅନେକ ଟ୍ରୋଲର୍ସଙ୍କୁୁ ମଧ୍ୟ ଉତ୍ତର ଦେଇଛନ୍ତି । ଅନେକ ସମୟରେ କିଛି ଟ୍ରୋଲର୍ସ ରହିଛନ୍ତି ଯିଏ କି ଅନିଲ କପୁରଙ୍କ ଫିଟନେସକୁ ନେଇ ଟ୍ରୋଲ କରିଥାନ୍ତି । କିଏ କୁହେ ଯେ ଅନିଲ କପୁର ଯୁବକ ପରି ଦେଖାଯିବା ପାଇଁ ତାଙ୍କ ପ୍ଲାଷ୍ଟିକ ସର୍ଜଙ୍କୁ ସାଙ୍ଗରେ ରଖିଥାନ୍ତି ତ କିଏ କୁହେ ଯେ ସେ ଯବାନ ଦେଖାଯିବା ପାଇଁ ସାପ ରକ୍ତ ପିଅନ୍ତି । ତେବେ ଏହି ସବୁ ପ୍ରକାର କଥାର ଜବାବ ଦେଇଛନ୍ତି ଅନୀଲ ।

କହିବାକୁ ଗଲେ ଅନୀଲ କପୁର ନିଜକୁ ଫିଟ ରଖିବା ପାଇଁ ସବୁବେଳେ ତାଙ୍କ ଡାଏଟ୍ ଓ ୱାର୍କ ଆଉଟ୍ ଉପରେ ଧ୍ୟାନ ଦିଅନ୍ତି । ସେଥିପାଇଁ ସେ ଏବେ ନାମୀଦାମୀ ହିରୋ ମାନଙ୍କୁ ମଧ୍ୟ ପଛରେ ପକାନ୍ତି । ତେବେ ଆଉ କିଛି ଫ୍ୟାନ୍ସ ବି ଅନୀଲଙ୍କର ଏହି ଫିଟନେସକୁ ବ୍ରହ୍ମାଙ୍କର ବରଦାନ ବୋଲି କହିଥାନ୍ତି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅନିଲ କପୁର ଶେଷଥର ପାଇଁ ଫିଲ୍ମ ମଲଙ୍ଗରେ ନଜର ଆସିଥିଲେ । ଆଗକୁ ତାଙ୍କର ଆନିମଲ ଓ ତକ୍ତ୍ ଭଳି ଦୁଇଟି ଦମଦାର ମୁଭି ରିଲିଜ ଅପେକ୍ଷାରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ