Masthead

ମ୍ୟାରେଜ ପରେ ସୁଟିଂକୁ ଫେରିଲେ ଅର୍ଚ୍ଚିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଆ ସିନେ ଜଗତର ନୟୀ ନବେଲି ଦୁଲହନ୍ ଅର୍ଚ୍ଚିତା । ନିଜ ମ୍ୟାରେଜ ପରେ ଏବେ ପୁଣି ଥରେ ବ୍ୟାକ୍ କରିଛନ୍ତି ୱାର୍କ ଲାଇଫକୁ । ସୁଟିଂ ଆରମ୍ଭ କରିଛନ୍ତି ତାଙ୍କ ଅପକମିଙ୍ଗ ମୁଭି ପାଇଁ ।  ସେ ଦେଖିବାକୁ ମିଳିବେ ଆଗାମୀ ଫିଲ୍ମ ‘ଦୁର୍ଗତିନାଶିନୀ-୨’ରେ । କିଛିଦିନ ପୁର୍ବରୁ ଏହାର ପ୍ରଥମ ପାର୍ଟ ରିଲିଜ ହୋଇଥିଲା ଟେଲିଭିଜନରେ । ମୁଭିର ବଡ ସଫଳତା ପରେ ପୁଣି ଥରେ ଏବେ ଏହାର ସକ୍ୱେଲ ଆରମ୍ଭ ହେବାକୁ ଯାଉଛି । ଏଭଳି ଏକ ନାରୀ କୈନ୍ଦ୍ରିକ ଫିଲ୍ମରେ ପୁଣି ଥରେ ଅର୍ଚ୍ଚିତାଙ୍କୁ ଏକ ଦମଦାର କ୍ୟାରେକ୍ଟରରେ ଦେଖିବାକୁ ମିଳିବ ।

ମୁଭିର ଏକ ପୋଷ୍ଟର ଅନୁଯାୟୀ ପ୍ରଥମ ପାର୍ଟ ଭଳି ଦ୍ୱିତୀୟ ପାର୍ଟରେ ମଧ୍ୟ ପୋଲିସ ଅଫିସର ଭୂମିକାରେ ନଜର ଆସିବେ ଅର୍ଚ୍ଚିତା । ଫିଲ୍ମର ନିର୍ଦ୍ଦେଶନା ଅଭିନେତା ଓ ନିର୍ଦ୍ଦେଶକ ଅଶ୍ୱନୀ ତ୍ରିପାଠୀ ଦେଉଥିବା ବେଳେ ଏହାର ପ୍ରଜୋଜନା ଦେଉଛନ୍ତି ଖିରୋଦ ପଟ୍ଟନାୟକ । ତେବେ ଆଗକୁ ଦଶହରାକୁ ଆଖିରେ ରଖି ଏହି ମୁଭି ନିର୍ମାଣ ହେଉଛି । ଚଳିତ ବର୍ଷ ଦଶହରାରେ ଅଚ୍ଚିତାଙ୍କର ଏହି ଦମଦାର ମୁଭି ରିଲିଜ ହେବ ବୋଲି ଶୁଣିବାକୁ ମିଳିଛି । ତେବେ ନିକଟରେ ମୁଭିର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ସେଟର କିଛି ଫଟୋ ମଧ୍ୟ ବେଶ୍ ଭାଇରାଲ ହେଉଛି ସୋସିଆଲ ମିଡିଆରେ । କହିବାକୁ ଗଲେ ମ୍ୟାରେଜ ପରେ ଅର୍ଚ୍ଚିତାଙ୍କର ଏହା ହେଉଛି ପ୍ରଥମ ଫିଲ୍ମ ।

୨୦୨୧ ମାର୍ଚ୍ଚରେ ସେ ଅଭିନେତା ସବ୍ୟସାଚୀଙ୍କୁ ମ୍ୟାରେଜ କରିଥିଲେ । ଏହି ଷ୍ଟାର କପଲଙ୍କୁ ନେଇ ପୂର୍ବରୁ ଅନେକ ଗୁଜବ ଶୁଣିବାକୁ ମିଳୁଥିବା ବେଳେ ଦୁହେଁ ନିଜ ମ୍ୟାରେଜର ଗୋଟିଏ ଦିନ ପୂର୍ବରୁ ହିଁ ଫ୍ୟାନ୍ସଙ୍କୁ ଏହି ଖବର ଜଣାଇଥିଲେ । ରାଜସ୍ଥାନର ଜୟପୁରରେ ଦୁହିଁଙ୍କର ରୟାଲ ୱଡିଂ ସମ୍ପନ୍ନ ହୋଇଥିଲା । ଏହା ପରେ ଦୁହେଁ ଓଡିଶା ଫେରିଥିଲେ । ତେବେ ନିଜ ମ୍ୟାରେଜ ପାଇଁ କିଛି ଦିନ ହେବ ନିଜ ୱାର୍କ ଲାଇଫରୁ ବ୍ରେକ୍ ନେଇଥିଲେ ଅର୍ଚ୍ଚିତା । ଶେଷଥର ପାଇଁ ସେ ସବ୍ୟସାଚାଙ୍କ ସହ ଫିଲ୍ମ ‘ଅଭିମାନ’ରେ ନଜର ଆସିଥିଲେ । ପୂର୍ବଭଳି ଦୁହିଁଙ୍କ ଯୋଡି ମଧ୍ୟ ଏହି ଫିଲ୍ମରେ ସୁପରହିଟ ହୋଇଥିଲା । ବର୍ତ୍ତମାନ ସେ ତାଙ୍କ ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରି ସାରିଛନ୍ତି । ଏବେ ରିଲିଜକୁ ଅପେକ୍ଷା ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ