Masthead

ପ୍ରିୟଙ୍କା ତିବରୱାଲାଙ୍କ ବିରୋଧରେ ପ୍ରଚାର କରିବେନି ବାବୁଲ ସୁପ୍ରିୟୋ

କୋଲକାତା(ବଡ଼ ଖବର ବ୍ୟୁରୋ): ବିଜେପି ସହ ସମ୍ପର୍କ ଭାଙ୍ଗିବା ପରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଯୋଗ ଦେଉନେଉ ହିଁ ମମତାଙ୍କ ଗୁଣଗାନ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଭବାନୀପୁର ଆସନରେ ମମତାଙ୍କ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବରୱାଲାଙ୍କ ବିରୋଧରେ ସେ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କାହିଁକିନା ପ୍ରିୟଙ୍କା ତିବରୱାଲା ମୋର ସମ୍ପର୍କୀୟ । ଏବଂ ଭବାନୀପୁରରେ ମମତାଙ୍କୁ ତାଙ୍କର କୌଣସି ଆବଶ୍ୟକ ନାହିଁ ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ତାରକା ପ୍ରଚାରକ ଥିଲେ ।

କିନ୍ତୁ ଭବାନୀପୁର ଉପ-ନିର୍ବାଚନକୁ ନେଇ ସାରା ଦେଶରେ କେବଳ ଗୋଟିଏ ପ୍ରଶ୍ନ ହିଁ ସାମ୍ନାକୁ ଆସୁଥିଲା, ବାବୁଲ ଟିଏମସିରେ ମିଶିବା ପରେ ମମତା ବାନାର୍ଜୀଙ୍କ ପାଇଁ ପ୍ରଚାର କରିବେ କି ନାହିଁ । କିନ୍ତୁ ସେ ଏପରି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ଭବାନୀପୁରରେ ତୃଣମୂଳ କଂଗ୍ରେସରୁ ମମତା ବାନାର୍ଜୀ ଥିବାବେଳେ ବିଜେପିରୁ ପ୍ରିୟଙ୍କା ତିବରୱାଲା ଅଛନ୍ତି । ଏହା ସହ ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ହେବାକୁ ଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି